ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଖେଳାଳି ଚୟନ 

କେନ୍ଦୁଝର: ଓଡିଶା ତାଇକୋଣ୍ଡ ଟ୍ରେନିଂ ସେଣ୍ଟର ଏବଂ ଓଡିଶା ତାଇକୋଣ୍ଡ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଖେଳାଳୀ ଚୟନ ଅନୁଷ୍ଠିତ ହୋଇଯାଇଛି । ଏହି ଚୟନ କାର୍ଯ୍ୟକ୍ରମ ଆନ୍ତର୍ଜାତୀୟ ତାଇକୋଣ୍ଡ ଗ୍ରାଣ୍ଡମାଷ୍ଟର ଗୋପାଳ ଚନ୍ଦ୍ର ରାୟଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରତିଭାବାନ କ୍ରିଡାବିତ ଚୟନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଚୟନ ହୋଇଥିବା କ୍ରିଡାବିତମାନେ ଆଗାମୀ ଦିନରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପାରିବେ ବୋଲି ଓଡ଼ିଶା ତାଇକୋଣ୍ଡ ଆସୋସିଏସନ୍ ସମ୍ପାଦକ ପ୍ରକାଶ କରିଛନ୍ତି । ଏହି କ୍ରିଡାବିତ୍ ଆଗାମୀ ଦିନରେ କଲିକତାଠାରେ ହେବାକୁ ଥିବା ଓପନ୍ ଇଣ୍ଟରନାସନାଲ ଚାମ୍ପିଅନ୍ସିପରେ ଭାଗ ନେବେ । ଏହି ଜାତୀୟସ୍ତରୀୟ ଖେଳାଳୀ ଚୟନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କ୍ରିଡାବିତମାନେ ହେଲେ ଆଦ୍ୟାଶା ଲାୟକ, ସ୍ଥିତିପ୍ରଜ୍ଞା ଗିରି, ଆସ୍ଥାମଣୀ ମାଝୀ, ରିଧିମା ଲାୟକ, ସେକ୍ ଯୋହା କୁଲସୁମ, କ୍ରୀତିକାବ୍ୟା ଦାସ, ଏଆର୍ ରୁଦ୍ରୀଶି, ଜିତେନ୍ଦ୍ର ଓରାମ, ନିଖିଳ କୁମାର ଦାସ, ଆୟନ କୁମାର ସାହୁ, ଆୟୁଷ ନାଏକ, ସାଇକି୍ରଷ୍ଣା ସିଂ, ସମର୍ପିତ ସ୍ୱାଇଁ, କୌଶିକ ସାହୁ, ସିଦ୍ଧାର୍ଥ ଦେଓ, ସଙ୍ଗୀତ ସ୍ୱାଇଁ ଓ ତନିଷ ପ୍ରଧାନ । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପାର୍ଥସାରଥି ସାହୁ, ରିତେଶ କୁମାର ଗୁପ୍ତା, ଚୁକମି ମହାରଣା, ଜୟସ୍ମିତା ସାହୁ, ପୁଷ୍ପିତା ବାରିକ, ସ୍ମୃତିଲବ୍ଧା ନାୟକ, ଶ୍ରେୟାସ୍ମିତା ସାହୁ, କୌଶିକପି୍ରୟା ଜେନା, ଗଣେଶ ରାଓ, ତୀର୍ଥବାସୀ ପ୍ରଧାନ ଓ ତନ୍ମୟ ବେହେରା । ଏଥିସହ ତୃତୀୟ ସ୍ଥାନ ଅଧିକାର କରିଥିବା କ୍ରିଡାବିତ୍ମାନେ ହେଲେ କୃଷ୍ଣପ୍ରଭା ଚାମ୍ପିଆ, କାଠିଆ ନାଥ, ସତ୍ୟବ୍ରତ ଜେନା, ସୁଶ୍ରୀ ଭାଗ୍ୟଲିପି ଓ ଶ୍ରେୟାଶ୍ରୀ ଦାସ । ଜିଲ୍ଲା କ୍ରିଡା ସଂସ୍ଥା ସାଧାରଣ ସମ୍ପାଦକ ଡ. ଜନାର୍ଦ୍ଦନ ଦାଶ ଓ ଆମେଚର ତାଇକୋଣ୍ଡ ଆସୋସିଏସନ୍ ସଭାପତି ପ୍ରଦୀପ ମହାନ୍ତି, ସାମ୍ବାଦିକ ନରେଶ ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ନିର୍ମଳ ଚନ୍ଦ୍ର ନାୟକ କି୍ରଡାବିତ୍ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନ ପ୍ରଶିକ୍ଷକ ଟଙ୍କଧର ନାଏକ ଖେଳାଳୀ ଚୟନ ଶିବିରକୁ ସଂଯୋଜନା କରିଥିବାବେଳେ, ପ୍ରଶିକ୍ଷକ ଦିଗବିଜୟ ବେହେରା, ଦେବରାଜ ସାହୁ, ମନୋଜ ପାତ୍ର, ଅମ୍ବିତ ହାଁସଦା, ମାନସ ବାରିକ, ରଞ୍ଜିତ ବେହେରା ଓ ଏମ୍ଡି ସକିଲ ପ୍ରମୁଖ ଉପସ୍ଥିତଥିଲେ ।