ଫୁଲବାଣୀକୁ ରେଳପଥ ସଂଯୋଗ ଦାବିରେ ଗଣଧାରଣା

ଫୁଲବାଣୀ: କନ୍ଧମାଳ ଜିଲ୍ଲାକୁ  ରେଳପଥ ସଂଯୋଗ ଦାବିରେ ଦାବିରେ ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଦିବସୀୟ ଶାନ୍ତିପୂର୍ଣ୍ଣ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଗମନାଗମନର ସୁବିଧା ଓ ମାଲ ପରିବହନ ପାଇଁ ରେଳପଥ ଏକ ସୁଲଭ ଓ ସହଜ ମାଧ୍ୟମ ।ଦୀର୍ଘ ବର୍ଷର ଦାବୀ ସତ୍ତ୍ୱେ ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ନିର୍ମାଣ ପାଇଁ ସରକାରୀ ତତ୍ପରତା ପ୍ରକାଶ ପାଉନାହିଁ । ଜନସାଧାରଣଙ୍କ ଦୀର୍ଘ ବର୍ଷର ଦାବୀ ଫଳରେ ଗୋପାଳପୁର ସମ୍ବଲପୁର ରେଳପଥ ପାଇଁ ୨୦୨୨-୨୩ରେ ଅନୁମୋଦନ କରାଯାଇ ଅର୍ଥ ମଞ୍ଜୁର କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ  ୨୦୨୩-୨୪ରେ ଫୁଲବାଣୀ ସହର ଏହି ରେଳପଥ ସଂଯୋଗରୁ ବଞ୍ଚିତ ହୋଇଥିବା ରେଳ ବିଭାଗ ୱବସାଇଟରୁ ଜଣାପଡିଥିଲା । ଫୁଲବାଣୀ ସଦର ମହକୁମାକୁ ରେଳପଥ ସଂଯୋଗ କରି ନୂଆ ଡିପିଆର ଦାଖଲ କରିବାକୁ ଓରିଡିଲ ସଂସ୍ଥାକୁ ନିଦେ୍ର୍ଦଶ ଦିଆଯାଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦଶପଲ୍ଲା ରେଳ ଷ୍ଟେସନ ଉଦଘାଟନ ଅବସରରେ ଘୋଷଣା କରିଥିଲେ ।  ଏହା ମଧ୍ୟରେ ଏକ ବର୍ଷ ଅତିକ୍ରାନ୍ତ ହୋଇଥିଲେ ହେଁ ଓରିଡିଲ ବା ଓଡିଶା ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନାହିଁ ।ତେଣୁ ଡିସେମ୍ବର ୨ତାରିଖରେ ଏହି ଗଣଧାରଣା କରାଯାଇ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ କନ୍ଧମାଳ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ମିଳିତ ନାଗରିକ କମିଟି ,ରେଳପଥ କ୍ରିୟାନୁଷ୍ଠାନ କମିଟି ଓ ବରିଷ୍ଠ ନାଗରିକ କମିଟିର ସଦସ୍ୟ ମାନଙ୍କ ମଧ୍ୟରେ ପ୍ରତାପ ପାତ୍ର, ପ୍ରଣବ ମଣ୍ଡଳ,ନବୀନ କିଶୋର ପଣ୍ଡା,କମଳାକାନ୍ତ ପାଣ୍ଡେ, ଆଇନଜୀବୀ ବିଜୟକୃଷ୍ଣ ପଟନାୟକ,ରବୀନ୍ଦ୍ର ନାଥ ମିଶ୍ର,ବଂଶୀଧର ମହାପାତ୍ର, ନିଳାମ୍ବର ଭଟ୍ଟ, ରାଜୁ ପାଢ଼ୀ, ଉମାଚରଣ କହଁର, ଅବନୀ କହଁର,ମୋହନ ପ୍ରଧାନ, ସତ୍ୟପ୍ରିୟ ମହାନ୍ତି, ବଣିକ ସଙ୍ଘ ସଭାପତି ଅଶୋକ ପଟନାୟକ,ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡିଗାଲ, ପ୍ରଶାନ୍ତ ବେହେରା,ଜୟସେନ ପରିଡା, ବିଜୟ ମହାନ୍ତି, କେ ଜ୍ଞାନ ଦୋରା,ବ୍ରଜ ମୋହନ ନାୟକ, ପ୍ରମୋଦ ସାହୁ, ଉମେଶ ପାତ୍ର, କୃଷ୍ଣ ଚନ୍ଦ୍ର ମିଶ୍ର,ବ୍ରଜ ପଟନାୟକ, ପଦ୍ମଚରଣ ସ୍ୱାଇଁ,ରାଜ କିଶୋର ପାଢୀ ପ୍ରମୁଖ ଯୋଗ ଦେଇଥିଲେ ।