ଚୋରି ମାମଲାରେ ଜଣେ ଗିରଫ
ତାଳଚେର: ନିଜ କାର୍ଯ୍ୟାଳୟରୁ ଲୋଭର ବଶବର୍ତ୍ତୀ ହୋଇ ରଜନୀକାନ୍ତ ମହାଳିକ (୨୪) ଅଫିସ୍ କାର୍ଯ୍ୟରେ ବ୍ୟବହୃତ କମ୍ପୁ୍ୟଟର ଓ ସେଠାରେ ଥିବା ଲାପଟପ୍କୁ ଚୋରି କରି ନେଇଥିଲେ । ଅଫିସ ପକ୍ଷରୁ କୋଲିୟରୀ ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଏହାର ତଦନ୍ତ କରି ରଜନୀକାନ୍ତ ମହାଳିକକୁ ପଚରା ଉଚରା କରିବା ଫଳରେ ସେ ଉକ୍ତ କମ୍ପୁ୍ୟଟର୍ ଓ ଲାପଟପ୍କୁ ନେଇଛନ୍ତି ପୁଲିସ ସମ୍ମୁଖରେ ଶୀକାର କରିଥିଲେ । ପୁଲିସ୍ କେସ ନଂ ୭୧୧ରେ ଏକ ମକଦ୍ଦମା ରୁଜୁ କରି ସମ୍ପୃକ୍ତ ମହାଳିକକୁ ଗିରଫ କରି କୋର୍ଟଚାଲାଣ କରିବା ସହିତ କମ୍ପୁ୍ୟଟର ଓ ଲାପ୍ଟପ୍କୁ ଜବତ କରିଥିବା ପୁଲିସ୍ ସୂତ୍ରରୁ ଜଣାପଡିଛି ।