କାରାଗାର ଅନ୍ତେବାସୀଙ୍କ ଚକ୍ଷୁ ଶିବିର

 ଜଟଣୀ: ଦୃଷ୍ଟି ତ୍ରୁଟି ନିରାକରଣ, ଅନାବଶ୍ୟକ ଅନ୍ଧତ୍ୱର ରୋକଥାମ ଓ ଆବଶ୍ୟକ ଲୋକମାନଙ୍କୁ ଚଷମା ପ୍ରଦାନ କରିବାର ଲକ୍ଷ୍ୟରେ ନିରନ୍ତର କାମ କରୁଥିବା ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସ୍କୁଲ୍ ପାରାମେଡିକ୍ସ ଓ ଆଲିଏଡ୍ ହେଲଥ ସାଇନ୍ସ, ଖୋର୍ଦ୍ଧାଜିଲ୍ଲା କାରାଗାରରେ ଥିବା ୧୦୦ରୁ ଅଧିକ ଅନ୍ତେବାସୀଙ୍କ ଚକ୍ଷୁ ଚିକିସôା ଶିବିର ଅନୁଷ୍ଠିତ ହୋଇଯାଇଛି  । ଖୋର୍ଦ୍ଧା ଜିଲ୍ଲା କାରାଗାରର ସୁପରିଣ୍ଟେଣ୍ଡେଣ୍ଟ ରାଜୀବ କୁମାର ଦାସ ଚକ୍ଷୁ ପରୀକ୍ଷା ଶିବିରର ଉଦଘାଟନ କରିଥିଲେ । ବଞ୍ଚିତ ବର୍ଗମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟର ସେବାମୁଖୀ ପ୍ରଚେଷ୍ଟାକୁ ସେ ପ୍ରଶଂସା କରିଥିଲେ  । ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସ୍କୁଲ୍ ପାରାମେଡିକ୍ସ ଏବଂ ଆଲିଏଡ୍ ହେଲଥ ସାଇନ୍ସଦ୍ୱାରା ଆୟୋଜିତ ଏକ ଶିବିରରେ ୧୧୦ ଜଣ ନିର୍ବାସୀଙ୍କୁ ଦୃଷ୍ଟି ସମସ୍ୟା ଚିହ୍ନଟ କରାଗଲା ଓ ତାଙ୍କୁ ନିଶୁଳ୍କରେ ଚଷମା ପ୍ରଦାନ କରାଯାଇଥିଲା  । ଏହି ଶିବିର ପ୍ରଫେସର ସୁନୀଲ କୁମାର ଝା ନିଦେ୍ର୍ଦଶକ ଓ ତାଙ୍କ ଦଳର ସମର୍ଥନ ଏବଂ ସମନ୍ୱୟରେ ଆୟୋଜିତ ହୋଇଥିଲା  ।