ସୂର୍ଯ୍ୟାଲୋକ ଫାଉଣ୍ଡେସନ୍ର ବାର୍ଷିକୋତ୍ସବ

ଢେଙ୍କାନାଳ:  ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଓ ସାମାଜିକ ଅନୁଷ୍ଠାନ ସୂର୍ଯ୍ୟାଲୋକ ଫାଉଣ୍ଡେସନର ଷଷ୍ଠ ବାର୍ଷିକୋତ୍ସବ ଓ ପ୍ରତିଭା ମହୋତ୍ସବ ଢେଙ୍କାନାଳ ସହରସ୍ଥିତ ଗୋପବନ୍ଧୁ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ସକାଳ ଅଧିବେଶନରେ ଉଦ୍ଘାଟକ ତଥା ମୁଖ୍ୟଅତିଥି ଭାବେ ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁ, ସମାଜସେବୀ ତଥା ଆଇନଜୀବୀ ମଧୁମିତା ରଥ, ଉପନଗରପାଳ ପ୍ରକାଶ କୁଅଁର ପ୍ରମୁଖ ଉପସ୍ଥିତ ରହି ପ୍ରଦ୍ୱୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ମୁଖ୍ୟଅତିଥି ଶ୍ରୀ ସାହୁ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ଏହା ସୂର୍ଯ୍ୟଙ୍କ ପରି ଦୀପ୍ତିମାନ ହୋଇ ଆଗକୁ ଯାଉ ଏବଂ ଆହୁରି ନାଁ କରୁ ବୋଲି ବକ୍ତବ୍ୟ ରଖିଥିଲେ ।  ସକାଳ ଅଧିବେଶନ ପରେ  ବିଭିନ୍ନ ପ୍ରତିଯୋଗୀତା କାର୍ଯ୍ୟକ୍ରମରେ କୁନିକୁନି ପିଲାମାନଙ୍କ ଭିତରେ କୌତୁହଳ ପୋଷାକ, ଚିତ୍ରାଙ୍କନ, ଝୋଟି, ହୁଳହୁଳି, ନାଚ ଓ ଗୀତ ଭଳି ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ ସହ କାର୍ଯ୍ୟକ୍ରମ ଉଦ୍ୟାପନ କରାଯାଇଥିଲା । ଉଦ୍ୟାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ନଗରପାଳ ଜୟନ୍ତୀ ପାତ୍ର, ମୁଖ୍ୟବକ୍ତା ଗଁନ୍ଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ସମ୍ମାନିତ ଅତିଥି ଭାବେ ରାଜ୍ୟ ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଅକ୍ଷୟ କୁମାର ମହାନ୍ତି, ଅବସର ପ୍ରାପ୍ତ ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ ତଥା ସମାଜସେବୀ ଶୈଳବାଳା ମିଶ୍ର ଏବଂ ବରିଷ୍ଠ ସାମ୍ବାଦିକ ତଥା ମାଇକ୍ରୋମିଡିଆର ନିଦେ୍ର୍ଦଶକ ଅଥୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରତିଭାବାନ ବ୍ୟକ୍ତି ବିଶେଷମାନଙ୍କୁ ଯଥା ଅବସରପ୍ରାପ୍ତ ପ୍ରଫେସର ତଥା ସୁନାମଧନ୍ୟ କୃଷି ବିଶେଷଜ୍ଞ ଡଃ ଚିତ୍ତରଞ୍ଜନ ଶତପଥୀ, ସହରର ପ୍ରତିଷ୍ଠିତ ଡାକ୍ତର ଶାନ୍ତିଭୂଷଣ ପଣ୍ଡା, ସମାଜସେବୀ ସୁକାନ୍ତ କୁମାର ମିଶ୍ର, ସଙ୍ଗୀତ ନିଦେ୍ର୍ଦଶକ ତଥା କଣ୍ଠଶିଳ୍ପୀ ଅମରେଶ ମିଶ୍ର, ରେଡ଼ିଓ ବସୁଧା, କାମାକ୍ଷାନଗରଗୋଷ୍ଠୀ ବେତାରର ଯୁବ ସମାଜସେବୀ ସୁଚିତ୍ର ବେହେରା ପ୍ରମୁଖଙ୍କୁ ସୂର୍ଯ୍ୟାଲୋକ ପ୍ରତିଭା ସମ୍ମାନରେ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ।  କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଦୀପକ ରଞ୍ଜନ ମିଶ୍ର ଅଧ୍ୟକ୍ଷତା କରିବା ସହ ଅନୁଷ୍ଠାନର ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶିକା ସ୍ମିତା ପ୍ରିୟଦର୍ଶିନୀ ଷଡଙ୍ଗୀ ବାର୍ଷିକ ବିବରଣୀ ପାଠ କରିଥିଲେ । ନିଦେ୍ର୍ଦଶିକା ଶୁଭଦର୍ଶିନୀ ପରିଡା ସମସ୍ତ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଅନୁଷ୍ଠାନକୁ ସହଯୋଗର ହାତ ବଢେଇବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ସୁଶାନ୍ତ ପାଣି ସଂଯୋଜନା କରିଥିବାବେଳେ ପ୍ରଭାବତୀ ମିଶ୍ର, ମଧୁସ୍ମିତା ଷଡ଼ଙ୍ଗୀ, ନୀଳିମା ପଣ୍ଡା ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ଶକ୍ତି ପ୍ରସାଦ ହରିଚନ୍ଦନ, ପ୍ରଶାନ୍ତ କୁମାର ତ୍ରିପାଠୀ, ସୁଶୀଲ କୁମାର ସାହୁ, ମାନସ ରଥ, ପ୍ରତାପ କୁମାର ନାୟକ, ଦିଲ୍ଲିପ ତ୍ରିପାଠୀ, ସୁବାସୀନି ଷଡ଼ଙ୍ଗୀ, ଆଶୁତୋଷ ପାଢ଼ୀ ସୁରେନ୍ଦ୍ର କୁମାର ନନ୍ଦ, ରାଧାନାଥ ରଥ, କେଦାର ନାଥ , ସଞ୍ଜୟ ପଣ୍ଡା, କାହ୍ନାଜୀ ମହାରଣା ପ୍ରମୁଖ ସହଯୋଗ କରିଥିବା ବେଳେ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ସାରଦା ପ୍ରସାଦ ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।