ସେବାରେ ବିଳମ୍ବରୁ ମେଡିକାଲ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କୁ ମାଡ
ହିଞ୍ଜିଳିକାଟୁ : ଚିକିସôା ସେବା ଯୋଗାଇବାରେ ବିଳମ୍ବ ହେବାରୁ ୨ ଯୁବକ ମେଡିକାଲ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କୁ ମାଡ ମାରିବା ସହ ମେଡିକାଲ ପରିସରରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଆଡପଡା ଗ୍ରାମରେ ଦେଖିବାକୁ ମିଳିଛି । ୨ ଯୁବକଙ୍କ ମାଡରେ ମେଡିକାଲ ଆଟେଣ୍ଡାଣ୍ଟ ଓ ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଲେ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଟେଣ୍ଡାଣ୍ଟ ତଥା ପାଟପୁର ଥାନା ବଡିଓସ୍ତା ଗ୍ରାମର ସୁକାନ୍ତ କୁମାର ଆଚାରୀ ଓ ସୁରକ୍ଷାକର୍ମୀ ତଥା ପାଟପୁର ଥାନା ଗୌତୁମୀ ଗ୍ରାମର ନିରଞ୍ଜନ ସେଠି । ଘଟଣାନେଇ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିସôକ ଡାକ୍ତର ଶୁଭ୍ରାଂଶୁ ମୋହନ ସାହୁ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରି ଆକ୍ରମକାରୀ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟଜଣେ ଫେରାର ହୋଇ ଯାଇଛନ୍ତି । ଗିରଫ ଜଣଙ୍କ ହେଲେ ହିଞ୍ଜିଳି ଥାନା ଆଡପଡା ଫାଣ୍ଡି ପେଣ୍ଡୁରାଲୁଣ୍ଡି ଗ୍ରାମର ଶୁଭମ ନାୟକ ଓ ଫେରାର ଯୁବକ ଜଣଙ୍କ ହେଲେ ପାଟପୁର ଥାନା କଙ୍କେରଡା ଗ୍ରାମର ଭୋଳାଶଙ୍କର ବରଡ । ଗିରଫ ଯୁବକଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ପ୍ରକାଶ କରାଯାଇଛି ।