କାନ୍ତକବି ଥିଲେ ଆଶାବାଦର ଭାଷ୍ୟକାର ଓ ଦେଶପ୍ରେମର ଭାବତପସ୍ୱୀ'
ତିହିଡ଼ି: ଜନ୍ମମାଟି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତାଳପଦାରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କାନ୍ତକବିଙ୍କ ରାଜ୍ୟସ୍ତରୀୟ ୧୩୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ବନେ୍ଦ ଉକôଳ ଜନନୀର ସ୍ରଷ୍ଟା ଏକାଧାରରେ କବି, ଗାଳ୍ପିକ, ନାଟ୍ୟକାର, ଔପନ୍ୟାସିକ ଓ ବ୍ୟଙ୍ଗକାର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଜଣେ ଜୀବନବାଦୀ ଲେଖକ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଥିଲେ ଆଶାବାଦର ପ୍ରଥମ ଭାଷ୍ୟକାର ଓ ଦେଶପ୍ରେମର ମହାନ ଭାବତପସ୍ୱୀ ବୋଲି ଅତିଥିମାନେ ମତପୋଷଣ କରିଛନ୍ତି ।
ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କାନ୍ତକବି ସ୍ମୃତି ପରିଷଦ ଓ ତିହିଡି ବିଷୁବ ସାମ୍ମୁଖ୍ୟ ସହଯୋଗରେ ଅନୁଷ୍ଠିତ ଉକ୍ତ ଜୟନ୍ତୀ ଉତ୍ସବରେ ଏକାଡେମୀର ପ୍ରାକ୍ତନ ସଦସ୍ୟ ପବିତ୍ର ପାଣିଗ୍ରାହୀ ପୌରୋହିତ୍ୟ କରିଥିବା ବେଳେ ବରିଷ୍ଠ ସ୍ତମ୍ଭକାର ଅଭୟ ଦ୍ୱିବେଦୀ ମୁଖ୍ୟବକ୍ତା, ବରିଷ୍ଠ ସାହିତି୍ୟକ ହୃଦାନନ୍ଦ ପାଣିଗ୍ରାହୀ, କବି ଦୀନବନ୍ଧୁ ପତି, କାନ୍ତକବି ସ୍ମୃତି ପରିଷଦର ସମ୍ପାଦକ ଚିନ୍ତାମଣି ଦାସ, ତିହିଡି ବିଷୁବ ସମ୍ମୁଖ୍ୟର ସମ୍ପାଦକ ରଘୁନାଥ ପାତ୍ର ଓ ତ୍ୟାଗଭୂମିର ସଭାପତି ଅଜୟ ନାୟକ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରିଥିଲେ । ଏକାଡେମୀର ପ୍ରାକ୍ତନ ସଦସ୍ୟ ପୂର୍ଣଚନ୍ଦ୍ର ବହଳୀ ସ୍ୱାଗତ ବକ୍ତବ୍ୟ ରଖିଥିବା ବେଳେ ସ୍ମୃତି ପରିଷଦର ସହ ସମ୍ପାଦକ ବାଣୀ କଲ୍ୟାଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀଗଣେଶ ସଂଗୀତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବନେ୍ଦ ଉକôଳ ଜନନୀ ଓ କାନ୍ତକବିଙ୍କ ରଚିତ ସଂଗୀତ ଗାନ କରାଯାଇଥିବା ବେଳେ ଏହି ଉତ୍ସବରେ ବିଭୁତିଭୂଷଣ ଗ୍ରହାଚାର୍ଯ୍ୟ, ରବି କୁମାର ମହାନ୍ତି, ମୁକୁନ୍ଦଦେବ ନାୟକ, କୈଳାସ ବେହେରା, ପୁଷ୍ପାଞ୍ଜଳି ତ୍ରିପାଠୀ, ଅମୁଲ୍ୟ ସେନାପତି, ସୁବ୍ରତ ମିଶ୍ର, ଗୋଲୋକ ପ୍ରସାଦ ବୈୟାରୀ, ଦେବେନ୍ଦ୍ର ମହାଳିକ, ସୁଧାକର ଧନୀ, ବୈକୁଣ୍ଠନାଥ ଓଝା, ଆଶୁତୋଷ କରଣ, ହରିହର ମଲିକ, ମନୋଜ ପାଣିଗ୍ରାହୀ, ସୁବାସ ମଲିକ, ରୁବିଲତା ଦାସ, ସୁବାସ ମହାନ୍ତି, ବସନ୍ତ ଦାସ ପ୍ରମୁଖ ୨୦ ଜଣ କବି ସ୍ୱରଚିତ ଦେଶାତ୍ମବୋଧକ କବିତା ପାଠ କରିଥିଲେ । ପୂର୍ବାହ୍ନରେ ପ୍ରାକ୍ତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ନାୟକ ଓ ରାଜେନ୍ଦ୍ର କୁମାର ଦାସ, ସରପଞ୍ଚ ଜୟଶ୍ରୀ ବେହେରା ପ୍ରମୁଖ କାନ୍ତକବିଙ୍କ ସ୍ମୃତି ମନ୍ଦିର ଓ ସମାଧି ପୀଠରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଧନ୍ୱା ନାୟକ, ହରିଶ୍ଚନ୍ଦ୍ର ମିଶ୍ର, ବାବି ବିଶ୍ୱାଳ, ଉତ୍ତମ ମହାପାତ୍ର, ରଞ୍ଜିତା ସେଠୀ, ବାସନ୍ତୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ପୀରାହାଟର ଅଗ୍ରଣୀ ସାମାଜିକ ସଂଗଠନ ପ୍ରଦେଶ ସେବା ସଂଗଠନ ପକ୍ଷରୁ ପୀରାହାଟରୁ ଏକା ବାଇକ୍ ଶୋଭାଯାତ୍ରା ଜରିଆରେ ଆସି କାନ୍ତକବିଙ୍କ ଶ୍ରଦ୍ଧାଶୃମନ ଅର୍ପଣ କରିଥିଲେ । ସେହିପରି ତିହିଡି ପୁଲିସ, କବି, ସାହିତି୍ୟକ, ଛାତ୍ରଛାତ୍ରୀ ସର୍ବୋପରି କାନ୍ତପ୍ରେମୀମାନେ ଆଜିର ଦିନରେ ଏହି ପୀଠକୁ ଆସି ଶ୍ରଦ୍ଧାଶୃମନ ଅର୍ପଣ କରିବା ସହିତ ନିଜକୁ ଧନ୍ୟ ମନେ କରିଥିଲେ । ବିଗତ ଦିନରେ ଏହି ପୀଠର ଉନ୍ନତି କରଣ କରିବା ଲାଗି ଉଭୟ ପ୍ରାକ୍ତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ନାୟକଙ୍କ ଉଦ୍ୟମରେ କୋଟି କୋଟି ଟଙ୍କାର ଅନୁଦାନ କରାଯାଇଛି । ଏବେର ସରକାର ·ହିଁଲେ ଆଗକୁ ଅନ୍ୟାନ୍ୟ ଉନ୍ନତି କରଣ କରି ଏହି ପୀଠକୁ ସର୍ବଦା ଉଜ୍ଜିବୀତ ହୋଇ ପାରନ୍ତା ବୋଲି ମତପ୍ରକାଶ ପାଇଥିଲା । ରାକେଶ ମହାପାତ୍ର, ଦୁଃଖିଶ୍ୟାମ ଜେନା, ବିଶ୍ୱରଞ୍ଜନ ମହାପାତ୍ର, ପ୍ରଦୀପ ମହାପାତ୍ର, ବିଜୟ ବେହେରା, ପ୍ରମୋଦ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରି·ଳନାରେ ସହଯୋଗ କରିଥିଲେ ।