ସିପିଆଇ ପକ୍ଷରୁ ୭ଦଫା ଦାବିପତ୍ର ପ୍ରଦାନ 

 କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ସିପିଆଇ କମିଟି ପକ୍ଷରୁ ୭ଦଫା ସମ୍ବଳିତ ଏକ ଦାବିପତ୍ର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଛି । ଜିଲ୍ଲା କମିଟି ସଂପାଦକ ରମଣି ରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ଆଦିକନ୍ଦ ରାଉଳ, ବିକାଶ ଚନ୍ଦ୍ର ବେହୁରା, ରମେଶ ଚନ୍ଦ୍ର ନାୟକ, ହରେକୃଷ୍ଣ ମାଝି, ସଂଯୁକ୍ତା ରାଉତ, ପ୍ରଶାନ୍ତ ଚୈାଧୁରୀ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ଏହି ଦାବିପତ୍ର ପ୍ରଦାନ କରିଥିଲେ । ଶିଳ୍ପପତି ଆଦାନୀ ସରକାରଙ୍କ ବାହୁଛାୟା ତଳେ ସମ୍ବଳ ଲୁଣ୍ଠନ କରିବାର ଘଟଣାର ତଦନ୍ତ କରାଯାଇ ତାଙ୍କୁ ଗିରଫ କରାଯାଉ, ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧିକୁ ବନ୍ଦ କରାଯାଉ, ଇଷ୍ଟକୋଷ୍ଟ ରେଳବାଇର ବିଭାଜନ ବନ୍ଦ କରି ନୂତନ ଭାବେ ରାଉରକେଲା ଓ ବାଲେଶ୍ୱର ଡିଭିଜନ ପ୍ରତିଷ୍ଠା କରାଯାଉ, ଖାଲି ପଡିଥିବା ସରକାରୀ ପଦବୀ ଗୁଡିକୁ ତୁରନ୍ତ ପୂରଣ କରାଯାଉ, କେନ୍ଦ୍ରାପଡା ଜିଲ୍ଲାରେ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ସହ ପ୍ରତ୍ୟେକ ବ୍ଲକରେ ବୃହତ୍ ଶୀତଳ ଭଣ୍ଡାର ସରକାରଙ୍କ ଦ୍ୱାରା ସ୍ଥାପନା କରାଯାଉ, ସିପିଆଇର ଜିଲ୍ଲା କମିଟି ପକ୍ଷରୁ ଏକ ଶୋଭାଯାତ୍ରା ପୁରୁଣା ବସଷ୍ଟାଣ୍ଡରୁ ବାହାରି ଜିଲ୍ଲା କାର୍ଯ୍ୟାଳୟରେ ପହଁଚିବା ପରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।