ନିରାକାର ଜେନାଙ୍କୁ ଶ୍ରଦ୍ଧାଞ୍ଜଳି 

 ଭଦ୍ରକ: ଭଦ୍ରକ ମାଟିର ଭୂମିପୁତ୍ର, ଲାଲ୍ ଝଡର ଅନ୍ୟତମ ଇଗଲ, ଭଦ୍ରକର ପୂର୍ବତନ ନଗରପାଳ, ଭଦ୍ରକ ଓକିଲ ସଂଘର ପୂର୍ବତନ ସଭାପତି ଓ ସଂପାଦକ, ଭଦ୍ରକ ମହାବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି, ପ୍ରଖ୍ୟାତ ଆଇନ୍ ବିଶାରଦ, ଓଡିଶାର ଅନ୍ୟତମ ବିଦ୍ୱାନ, ବାଗ୍ମୀ ଓ ଆଜୀବନ ସାମ୍ୟବାଦୀ ସଂଗ୍ରାମୀ ନିରାକାର ଜେନା ଚଳିତ ମାସ ୫ ତାରିଖରେ ମୃତୁ୍ୟ ବରଣ କରିଛନ୍ତି । ସାଧାରଣ ଜନତାଙ୍କ ପ୍ରତି ତାଙ୍କ ଅସୀମ ତ୍ୟାଗର ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ପ୍ରଗତିଶୀଳ ସାହିତ୍ୟ ପରିଷଦ ଓ ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ ର ମିଳିତ ଆନୁକୂଲ୍ୟରେ ଏକ ସ୍ମୃତି ଚାରଣ ସଭା "ଆଜୀବନ ସଂଗ୍ରାମୀ ନିରାକାର ଜେନା ସ୍ମୃତି ସଂସଦ’ ର ସଭାପତି ବରିଷ୍ଠ ଅଧିବକ୍ତା ଗିରିଧାରୀ ନାଥ ଓ ପ୍ରଗତିଶୀଳ ସାହିତ୍ୟ ପରିଷଦ ଓ ସାହିତ୍ୟ ସଂସ୍କୃତି ସଂଗଠନ "ଆମେ’ ର ପ୍ରତିଷ୍ଠାତା ସଂପାଦକ ପ୍ରଫେସର ଅଟଳ ବିହାରୀ ନାୟକଙ୍କ ମିଳିତ ସଭାପତିତ୍ୱରେ ଭଦ୍ରକ ଜଗନ୍ନାଥପୁରସ୍ଥିତ ପ୍ରଜ୍ଞାପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି  । ଏହି ସ୍ମୃତି ଚାରଣ ସଭା ପ୍ରାରମ୍ଭରେ ସ୍ମୃତିଚାରକମାନେ ବରିଷ୍ଠ ଅଧିବକ୍ତା ନିରାକାର ଜେନାଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପୂର୍ବକ ୨ ମିନିଟ୍ ନିରବତା ଅବଲମ୍ବନ କରିଥିଲେ । ସ୍ମୃତି ଚାରଣ ସଭାରେ ସ୍ମୃତିଚାରକ ମାନେ ବରିଷ୍ଠ ଅଧିବକ୍ତା ନିରାକାର ଜେନାଙ୍କ ସାମାଜିକ ଓ ରାଜନୈତିକ ସଂଗ୍ରାମ ସଂପର୍କରେ ଆଲୋଚନା କରିଥିଲେ  । ଏହି ସ୍ମୃତି ଚାରଣ ସଭାରେ ପ୍ରଫେସର କ୍ଷୀରୋଦ ସାମଲ, ଅଧ୍ୟାପିକା ଉଷାରାଣୀ ଜେନା, "ଆଜୀବନ ସଂଗ୍ରାମୀ ନିରାକାର ଜେନା’ ସ୍ମୃତି ସଂସଦ ର ସଂପାଦକ ଯୁବ ଆଇନଜୀବୀ ବିକାଶ ନାଥ, ଆଇନଜୀବୀ ଅଗଣି ଚରଣ ଜେନା, ଅଧ୍ୟାପିକା ମଧୁସ୍ମିତା ନାୟକ, ‘ନିରାପଦ’ ସାମାଜିକ ସଂଗଠନର ସଭାନେତ୍ରୀ ମିତସ୍ମିତା ଜେନା, ଜିଲ୍ଲା ଖାଉଟି ବିବାଦ ସମାଧାନ କମିଶନ ଶିବପ୍ରସାଦ ମହାନ୍ତି, ବରିଷ୍ଠ ନାଗରିକ ଅମର ପାଣିଗ୍ରାହୀ, ଅଧ୍ୟାପକ ସଂଗ୍ରାମ ମହାନ୍ତି, ଶ୍ରମିକ ନେତା ପ୍ରଫୁଲ୍ଲ ଚନ୍ଦ୍ର ଦାସ, ପ୍ରଫେସର କୈଳାସ ଚନ୍ଦ୍ର ଜେନା, ଶିକ୍ଷାବିତ୍ ଲକ୍ଷ୍ମୀକାନ୍ତ ବାରିକ୍, ବରିଷ୍ଠ ନାଗରିକ ଅକ୍ଷୟ କୁମାର ଯେନା, ଡଃ ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ଅଶ୍ୱିନୀ କୁମାର ମହାନ୍ତି, ଅରୁଣ କୁମାର ମହାନ୍ତି, ସମାଜସେବୀ ମାଧବୀଲତା ନାୟକ, ତନୁଶ୍ରୀ ନାୟକ, ଆଦ୍ୟାଶା ନାୟକ, ସଂଗ୍ରାମୀ ନିରାକାର ଜେନାଙ୍କ ଝିଅ ନିବେଦିତା ଜେନା ପ୍ରମୁଖ ଶ୍ରୀ ଜେନାଙ୍କ ସ୍ମୃତି ଚାରଣ କରିଥିଲେ ।