କାଳୁଆ ମହାପୁରୁଷଙ୍କ ପୀଠରେ ଭାଗବତ ପାରାୟଣ 

ସାଲେପୁର: ପ୍ରତିବର୍ଷ ପରି ଚଳିତ ବର୍ଷ ୭ଦିନ ବ୍ୟାପୀ ମିର୍ଜାପୁର ପଞ୍ଚାୟତ କାଳୁଆ ମହାପୁରୁଷଙ୍କ ପୀଠରେ ଅଷ୍ଟମ ବାର୍ଷିକ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୩ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଭାଗବତ ପାରାୟଣ କାର୍ଯ୍ୟକ୍ରମ ଆଜି ଉଦ୍ୟାପିତ ହୋଇଯାଇଛି । ଏଥିରେ ପ୍ରତିଦିନ ସକାଳୁ ମହାପୁରୁଷଙ୍କୁ ସ୍ୱତନ୍ତ୍ର ସ୍ନାନ କରାଯାଇ ପୂଜାର୍ଚ୍ଚନା କରାଯିବା ସହ ଭଜନ କୀର୍ତ୍ତନ ଆଦି ଅନୁଷ୍ଠିତ ହୋଇଥିଲା । ପ୍ରତିଦିନ ସନ୍ଧ୍ୟାରେ ଭାଗବତ ପାରାୟଣ କାର୍ଯ୍ୟକ୍ରମ ବିଭିନ୍ନ ପ୍ରବଚକମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ପୂଜକ ଯଦୁନାଥ ପଣ୍ଡା, ମୁଖ୍ୟବକ୍ତା ଭାଗବତ ଲେଙ୍କା, ପ୍ରତାପ ଚନ୍ଦ୍ର ଭୂୟାଁ, ପ୍ରଲୋଭନ ଭୂୟାଁ, ଅଶ୍ୱିନୀ ଭୂୟାଁ, ନିର୍ମଳ ଭୂୟାଁ, ରଂଜନ ଭୂୟାଁ, ସାରସ ପାତ୍ର, ସଂଜିବ ଗୋଚ୍ଛାୟତ, ଶିବଚରଣ ଜେନାଙ୍କ ସମେତ ଗ୍ରାମବାସୀମାନେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।