କାନ୍ତକବିଙ୍କ ୧୩୭ତମ ଜୟନ୍ତୀ ଉତ୍ସବ
ତିହିଡି: ପାରିବାରିକ ପରମ୍ପରା ଓ ସମସାମୟିକ ରାଜନୈତିକ ପୃଷ୍ଠଭୂମି କାନ୍ତସାହିତ୍ୟକୁ ଜାତୀୟବାଦୀ ଚେତନାରେ ଅଭିମନ୍ତ୍ରିତ କରେ । ବ୍ୟକ୍ତିଗତ ଦୁର୍ଭାଗ୍ୟ ଓ ଦୁର୍ଗତି ତାଙ୍କ ଅନ୍ତରକୁ ବିଷାଦରେ ଆଦ୍ର କରିଥିଲା । ଦୁଃଖ ଓ ଆର୍ତ୍ତର୍ିର ସ୍ୱର ଯେତେବେଳେ ଈଶ୍ୱରୀୟ ଭାବବୋଧରେ ପ୍ଲୁତ ହୋଇଥିଲା, ସେତେବେଳେ ଆଶାବାଦର ଗୀତି ଝଙ୍କୃତ ହୋଇଥିଲା ବୋଲି ଭଦ୍ରକ ଜିଲ୍ଲା ତିହିଡି ସାହିତ୍ୟ ସାଂସ୍କୃତିକ ମଞ୍ଚ ପକ୍ଷରୁ ସ୍ଥାନୀୟ ବ୍ରିଗେଡିୟର ସୈନିକ ସ୍କୁଲ୍ରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୭ ତମ ଜୟନ୍ତୀ ଉତ୍ସବ ଓ କବିତା ପାଠୋତ୍ସବରେ ଅତିଥି ମତବ୍ୟକ୍ତ କରିଛନ୍ତି । ମଞ୍ଚର ଉପଦେଷ୍ଟା ସ୍ତମ୍ଭକାର ଅଧ୍ୟାପକ ଡକ୍ଟର ବିଶ୍ୱରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଭଦ୍ରକ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକ ଯୋଗଦେଇ ତିହିଡ଼ିରେ କାନ୍ତକବିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ପଦକ୍ଷେପ ନିଆଯିବା ସହିତ କାନ୍ତ ସଙ୍ଗୀତକୁ ରବୀନ୍ଦ୍ର ସଙ୍ଗୀତ ଭଳି ମାନ୍ୟତା ମିଳିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଯୋଗଦେଇ କାନ୍ତ ରଚନାବଳୀର କାଳଜୟୀ ଆବେଦନ ଉପରେ ଆଲୋକପାତ କରିଥିଲେ । କବୟିତ୍ରୀ ବିଶ୍ୱମୈତ୍ରୀ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାନ୍ତ କବିତାସନ୍ଧ୍ୟାରେ କବିଶ୍ରୀ ଗୋଲୋକ ପ୍ରସାଦ ବୈୟାରୀ, ବିପ୍ଳବ ରଞ୍ଜନ ପତି, ରଘୁନାଥ ପାତ୍ର, ମଥୁରା ମୋହନ ବେହେରା, ପି.ହୃଷୀକେଶ, ଦେବେନ୍ଦ୍ର ମହାଳିକ, ରବିକୁମାର ମହାନ୍ତି, କଳ୍ପତରୁ ସେଠୀ, ମନୋଜ ପାଣିଗ୍ରାହୀ, ଗୌରାଙ୍ଗ ନନ୍ଦ, ବସନ୍ତ ଦାସ, ଅମୁଲ୍ୟ ସେନାପତି,ଜ୍ୟୋତିକୃଷ୍ଣ ସାମଲ, ସୁବାସ ମହାନ୍ତି, ଅଭୟ ଦାସ, ମୁକୁନ୍ଦଦେବ ନାୟକ, ଆଶୁତୋଷ କରଣ, ପ୍ରଫୁଲ୍ଲ ପାଢ଼ୀ, ହରିହର ମଲ୍ଲିକ, ରୀନାରାଣୀ ପାତ୍ର, ବୈକୁଣ୍ଠନାଥ ଓଝା, ପୀତାମ୍ୱର ସେଠୀ, ଅବୁଦୁଲ ଦୟାନ, ରତିକାନ୍ତ ଦାସ ଓ ମୁସ୍ତାକ ଗହ୍ୱର ପ୍ରମୁଖ କବିତାପାଠ କରିଥିଲେ । କଣ୍ଠଶିଳ୍ପୀ ଓ କବି ପୁଷ୍ପାଞ୍ଜଳି ତ୍ରିପାଠୀ ପ୍ରାରମ୍ଭିକ ସଂଗୀତ 'ବନେ୍ଦ ଉକôଳ ଜନନୀ' ଗାନ କରିଥିଲେ । ଯୁବକବି ସୁବ୍ରତ ମିଶ୍ର ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିଲେ । ଯୁବକବି ନିରଞ୍ଜନ ବାରିକ୍ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଞ୍ଚର ଆବାହକ ଗାଳ୍ପିକ କୈଳାସ ବେହେରା ସ୍ୱାଗତ ଭାଷଣ ଓ ସଂଯୋଜକ ବିସ୍ମୟ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।