ସିଆରସିସି ଚୟନରେ ପାତରଅନ୍ତର
କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ସମସ୍ତ ବ୍ଲକରେ ନୂତନ ଭାବେ ସିଆରସିସି ପଦବୀ ପାଇଁ ପ୍ରକ୍ରୀୟା ଆରମ୍ଭ ହୋଇଛି । ୫ବର୍ଷରୁ ଊଦ୍ଧ୍ୱର୍ କାର୍ଯ୍ୟ କରୁଥିବା ସିଆର୍ସିସି କାର୍ଯ୍ୟକାଳ ପୂରଣ ହୋଇଥିବାରୁ ତାଙ୍କ ସ୍ଥାନରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ ନୂତନ ସିଆର୍ସିସି ନିଯୁକ୍ତି କରାଯିବ । କେନ୍ଦୁଝର ଜିଲ୍ଲାର ସମସ୍ତ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏହାର ତଥ୍ୟ ମଗାଯାଇଛି ଏବଂ ଇଚ୍ଛୁକ ପ୍ରାର୍ଥୀମାନଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଚିଠି କରାଯିବାର ୨ ମାସ ବିତିତôଲେ ମଧ୍ୟ ଅନେକ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ସିଆରସିସି ଚୟନ ପାଇଁ ନାମ ଦେବାରେ ପାତର ଅନ୍ତର କରୁଥିବା ଅଭିଯୋଗ ହୋଇଛି । ବ୍ଳକ ଶିକ୍ଷା ଅଧିକାରୀଙ୍କ ଯୋଗୁଁ ନୂତନ ଭାବେ ସିଆରସିସି ଚୟନ ପାଇଁ ପ୍ରକି୍ରୟା ଆରମ୍ଭ ହୋଇପାରୁନାହିଁ । ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ କୌଣସି ନିୟମ ନମାନି ସଠିକ୍ ତଥ୍ୟ ପ୍ରଦାନ କରୁନାହାନ୍ତି । ଖାଲିଥିବା ପଦବୀ ସଂଖ୍ୟା ଠିକ୍ ଭାବରେ ଦର୍ଶାଉ ନାହାନ୍ତି । ବ୍ଲକ୍ ତରଫରୁ କେଉଁ ଆବେଦନକାରୀ ଶିକ୍ଷକଙ୍କ ନାମ ଭିଜିଓନିଂ ଟେଷ୍ଟ ପାଇଁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ପାଖକୁ ପଠାଯାଇଛି ଏବଂ କେତେ ପଦବୀ ଖାଲି ଅଛି ତାହା ଜଣାଯାଉ ନଥିବାରୁ ଆଶାୟୀ ଶିକ୍ଷକମାନେ ଆଶା ଓ ଆଶଙ୍କାରେ ରହୁଛନ୍ତି । ପରୀକ୍ଷା ପାଇଁ କୌଣସି ପ୍ରସ୍ତୁତି ମଧ୍ୟ ହୋଇପାରୁ ନାହାନ୍ତି । ବାଂଶପାଳ ବ୍ଲକ୍ ଶିକ୍ଷକଙ୍କ ଅଭିଯୋଗ ଅନୁସାରେ ସମସ୍ତ ଯୋଗ୍ୟତା ଥାଇ ୧୭ ଜଣ ଆବେଦନକାରୀଙ୍କ ମଧ୍ୟରୁ ୧୨ଟି ଖାଲି ପଦବୀ ପାଇଁ ମାତ୍ର ୧୦ ଜଣଙ୍କର ନାମକୁ ଭିଜିଓନିଂ ଟେଷ୍ଟ ପାଇଁ ବ୍ଲକ୍ ଶିକ୍ଷା ଅଧିକାରୀ ସୁପାରିଶ କରିଛନ୍ତି । ସିଆର୍ସିସି ପଦବୀ ପାଇଁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ କିଛି ଆବେଦନକାରୀଙ୍କ ନାମକୁ ଭିଜିଓନିଂ ଟେଷ୍ଟରୁ ବଂଚିତ କରାଯାଇଛି । ଭାରପ୍ରାପ୍ତ ସିଆର୍ସିସି ପଦବୀ ଗୁଡିକ ମଧ୍ୟ ସଠିକ୍ ଭାବରେ ଦର୍ଶାଯାଉନାହିଁ । ଖାଲିଥିବା ସିଆର୍ସିସି ପଦବୀ ମଧ୍ୟ କମ୍ ଦର୍ଶାଯାଉଛି । ସିଆର୍ସିସି ପଦବୀ ପୂରଣ ପାଇଁ ନିୟମ ଅନୁଯାୟୀ ସ୍ୱଚ୍ଛତା ଭାବେ କରିବାକୁ ଶିକ୍ଷକମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାପାଳ ଏବଂ ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକଙ୍କ ନିକଟରେ ଦାବି କରିଛନ୍ତି ।