ଜାତୀୟ ମାନବାଧିକାର ସମ୍ମିଳନୀ ଉଦ୍ଘାଟିତ
ପୁରୀ: ୟୁଥ୍ ହଷ୍ଟେଲ ସମ୍ମିଳନୀ କକ୍ଷରେ ୩ଦିନିଆ ଜାତୀୟ ମାନବାଧିକାର ସମ୍ମିଳନୀ ଉଦ୍ଘାଟିତ ହୋଇଛି । ମାନବାଧିକାର ସଂଗଠନ ଅଧ୍ୟକ୍ଷ ମନୋଜ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀର ଉଦ୍ଘାଟନୀ ଦିବସରେ ବିଭିନ୍ନ ରାଜ୍ୟର ଶତାଧିକ ମାନବାଧିକାର ରକ୍ଷକ କର୍ମୀମାନେ ଯୋଗଦେଇଥିଲେ । ଅତିଥିଭାବେ ମାନବାଧିକାର ସଂଗଠନର ଆଇନଜୀବୀ ଡ. ମନିଷା ଦାଶ, ଆନ୍ଧ୍ରପ୍ରଦେଶର ବାଲୁ ଆକିଶା, କଲିକତା ଉଚ୍ଚନ୍ୟାୟାଳୟର ଆଇନଜୀବୀ ଅଭିଜିତ୍ ଚାଟାର୍ଜୀ, ରାଇମନି ମୁଣ୍ଡା, ପଶ୍ଚିମବଙ୍ଗର ରାଜୀବ ସିଟ୍, ସଲେପ୍ ଭଟ୍ଟାଚାର୍ଯ୍ୟ ଓ ପ୍ରଦୀପ ମଣ୍ଡଳ ପ୍ରମୁଖ ଯୋଗଦେଇଥିଲେ । ଡ. ରାଜୀବ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ବର୍ତ୍ତମାନର ସମାଜରେ ବଢୁଥିବା ନିର୍ଯାତନା ଓ ମାନବାଧିକାର ଉଲ୍ଲଂଘନକୁ ମାନବାଧିକାର କର୍ମୀମାନେ କିଭଳି ବିଭିନ୍ନ ମାନବାଧିକାର ଆୟୋଗକୁ ନେଇ ପିଡିତଙ୍କୁ ନ୍ୟାୟଦେବାରେ ସକ୍ଷମ ହୋଇପାରିବେ ସେଥିନେଇ ଏହି ୩ଦନିଆ ସମ୍ମିଳନୀରେ କର୍ମୀଙ୍କୁ ତାଲିମ ପ୍ରଦାନ କରାଯାଉଛି । ଏଥିସହିତ ମାନବାଧିକାର ସମ୍ପର୍କିତ ଆଇନକାନୁନ୍ ଓ ନିୟମାବଳୀ ଜାଣି ସମାଜରେ ଘଟୁଥିବା ବିଭିନ୍ନ ମାନବାଧିକାର ଉଲ୍ଲଂଘନକୁ ଯେପରି ହ୍ରାସ କରାଯାଇପାରିବ ସେଥିନେଇ ମାନବାଧିକାର ରକ୍ଷକ କର୍ମୀମାନଙ୍କୁ ସମ୍ମିଳନୀରେ ପ୍ରଶିକ୍ଷଣ ଦିଆଯିବ । ପୁରୀ ଜିଲ୍ଲା ମାନବାଧିକାର ସଂଯୋଜିକା ପ୍ରାନ୍ତସିନୀ ଜେନା, ଡ. ବଳରାମ ଦାଶ, ଆଇନଜୀବୀ ଶ୍ରୀକାନ୍ତ ପରିଜା, ଏବଂ ବେଟି୍ରକ ହାଇସ୍କୁଲ ଡ. ଶଶିକାନ୍ତ ରଥ ପ୍ରମୁଖ ସଂଯୋଜନା କରିଥିଲେ ।