ଶୁଣିଲାଣି ପ୍ରଶାସନ, ରାସ୍ତା କାମ କଲେ ଗାଁ ଲୋକେ
ଆସିକା : ନିଜ ସମସ୍ୟା ସୁଧାରିବାକୁ ଅଣ୍ଟା ଭିଡିଲେ ଗାଁ ଲୋକେ । ଦୀର୍ଘ ବର୍ଷ ହେଲା ଗୁହାରି ଶୁଣିଲାଣି ପ୍ରଶାସନ। ତେଣୁ ଗାଁ ଲୋକେ ମିଶି କଲେ ରାସ୍ତା କାମ । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାଲିଛାଇ ପଞ୍ଚାୟତ ଅନ୍ତର୍ଗତ ଝଗଡେଇ ଠାରୁ ସୋରଡ଼ାକୁ ସଂଯୋଗ କରୁଥିବା ଝଗଡେଇ ମୁଖ୍ୟ ରାସ୍ତାକୁ ଅର୍ଥ ଓ ଶ୍ରମ ଦେଇ ଗ୍ରାମବାସୀ ତିଆରି କରିଛନ୍ତି । ଦିର୍ଘ ଦିନ ଧରି ଖାଲ ଖମା ହୋଇ ପଡ଼ି ରହିଥିବାବେଳେ ବାରମ୍ବାର ଅଭିଯୋଗ ପରେବି ଶୁଣି ନଥିଲା ପ୍ରଶାସନ । ଶେଷରେ ଅତିଷ୍ଠ ହୋଇ ଆଜି ଗ୍ରାମବାସୀମାନେ ନିଜ ଖର୍ଚ୍ଚରେ ରାସ୍ତା ଉପରେ ମାଟି ପକେଇ ରାସ୍ତା କରୁଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ଏହି ରାସ୍ତାଟି ପୂର୍ତ୍ତ ବିଭାଗ ଅଧିନରେ ଥିବା ବେଳେ କଣ୍ଟେଇ ପଲ୍ଲୀ ସୋରଡ଼ା ରାସ୍ତା ନୂଆଁଗାଁ ଛକ ଠାରୁ ଭୟା ଝଗଡେଇ ଦେଇ ରାସ୍ତା ପ୍ରଶସ୍ତିକରଣ ପାଈଁ ଫଳକରେ ୨୫ . ୭୬୭ କୋଟି ଟଙ୍କାର ପ୍ରକଳ୍ପ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟ ସମାପ୍ତି ହୋଇଥିବା ୨୭.୦୪.୨୦୨୪ ରେ ଶେଷ ହୋଇଥିବା ନେଇ ଫଳକରେ ଦର୍ଶାଯାଇଛି । କିନ୍ତୁ ରାସ୍ତା କାମ ଏବେ ସୁଦ୍ଧା ସମ୍ପୂର୍ଣ ହୋଇ ନାହିଁ । ଅନେକ ଜାଗାରେ ରାସ୍ତା କାମ ହୋଇ ନଥିବା ବେଳେ ରାସ୍ତା ଉପରେ ନିର୍ଭର କରୁଥିବା ଗାଁ ଲୋକମାନେ ଅନେକ ସମୟରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଗୋଚରକୁ ନେବା ସତ୍ତ୍ୱେ କୌଣସି ସୁଫଳ ନମିଳିବା ଫଳରେ ଲୋକଙ୍କ ପାଖରେ ଏହାହିଁ ବିକଳ୍ପ ଥିଲା । ଏକାଠି ହୋଇଛନ୍ତି ଗାଁ ଲୋକ ରାସ୍ତାକୁ ସମୁତୁଲ କରି ସମସ୍ୟା କଲେ ସମାଧାନ କଲେ ବୋଲି ମଞ୍ଜୁଳା ପ୍ରଧାନ, ଉଦୟ ବେହେରା, ହରିହର ପାଢ଼ୀ କହିଛନ୍ତି । ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କ ବାରମ୍ବାର ଚେଷ୍ଟା କଲେ ମଧ୍ୟ ପ୍ରତିକ୍ରିୟା ମିଳିବା ସମ୍ଭବ ହୋଇପାରିନାହିଁ ।