ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ

 କଟକ: ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ କଟକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶହଶହ ସଂଖ୍ୟାରେ ସାଧୁସନ୍ଥଙ୍କ ସମତେ ସ୍ୱୟଂ ସେବକ ସଂଘର କର୍ମୀମାନେ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ । ସ୍ଥାନୀୟ ଗୌରୀଶଙ୍କର ପାର୍କ ଠାରେ ସମସ୍ତେ ଏକାଠି ହୋଇଥିଲେ । ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବାଂଲାଦେଶରେ ସ୍ୱାମୀ ଚିନ୍ମୟ ପ୍ରଭୁ ହିନ୍ଦୁ ମୌଳିକ ଦାବି ନେଇ ଆନେ୍ଦାଳନ କରିଥିବାବେଳେ ତାଙ୍କୁ ଦେଶଦ୍ରୋହ ମାମଲାରେ ମିଥ୍ୟା ଆରୋପରେ ଜେଲରେ ବନ୍ଦ କରାଯାଇଛି । ଯାହାକୁ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ବିରୋଧ କରାଯାଇଛି । ଓଡ଼ିଶା ସମେତ ସାରା ଦେଶରୁ ବାଂଲାଦେଶୀଙ୍କୁ ହଟାଇବା ସହ ଯେଉଁମାନେ ଆମ ରାଷ୍ଟ୍ରରେ ରହି ସ୍ଥାନୀୟ ପରିଚୟ ଓ ସରକାରୀ ସୁବିଧା ପାଉଛନ୍ତି, ସେମାନଙ୍କୁ ହଟାଇବା ପାଇଁ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଏଥିପାଇଁ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଯେତେଦିନ ଯାଏ ବାଂଲାଦେଶୀଙ୍କୁ ହଟାଯାଇନି, ସେଦିନ ଯାଏଁ ଆନେ୍ଦାଳନ ଜାରି ରହିବ ବୋଲି ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ କୁହାଯାଇଛି ।