ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର

 ନୀଳଗିରି:  ଭାରତୀୟ କମୁ୍ୟନିଷ୍ଟ ପାର୍ଟି ନୀଳଗିରି ଆଞ୍ଚଳିକ କମିଟି ତରଫରୁ ନୀଳଗିରି ତଥା ରାଜ୍ୟର ବିଭିନ୍ନ ସମସ୍ୟା ନେଇ ଆଜି ଉପଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ପ୍ରମୁଖ ଦାବି ମଧ୍ୟରେ  ଓଡ଼ିଶାରେ ରେଳଡବା କାରଖାନା ପ୍ରତିଷ୍ଠାକରି ନିଯୁକ୍ତି ପ୍ରଦାନ, ଓଡ଼ିଶାର ଇଷ୍ଟକୋଷ୍ଟ ରେଳଡିଭିଜନର କିଛିଅଂଶ ବିଭାଜନକରି ନୂଆ ଡିଭିଜନ କରିବା ବନ୍ଦକରିବା, ନୀଳଗିରି ରେଳଲାଇନକୁ ମୟୂରଭଞ୍ଜ ପର୍ଯ୍ୟନ୍ତ ସମ୍ପ୍ରସାରଣ, ନୀଳଗିରିରୁ ଭୁବନେଶ୍ୱରକୁ ଦୈନନ୍ଦିନ ରେଳ ଚଳାଚଳ, ଶିଳ୍ପପତି ଗୌତମ ଆଦାନୀ ଆନ୍ତର୍ଜାତୀୟ ନ୍ୟାୟାଳୟରେ ଦୋଷୀସାବ୍ୟସ୍ତ ହୋଇଥିବାରୁ ଆମ ଦେଶକୁ ନିନ୍ଦିତ ହେବାକୁ ପଡ଼ିଛି । ତେଣୁ ତାଙ୍କୁ ଗିରଫ କରିବା ଆଦି ଦାବି ସହିତ ନୀଳଗିରି ଅଞ୍ଚଳରେ ରେଳଡବା ନିର୍ମାଣ କାରଖାନା ପ୍ରତିଷ୍ଠାକରି ସ୍ଥାନୀୟ ଶ୍ରମିକଙ୍କୁ ନିଯୁକ୍ତି ପ୍ରଦାନ, ପ୍ରତି ପଞ୍ଚାୟତରେ ଧାନମଣ୍ଡି ଖୋଲି ପଞ୍ଜୀକୃତ ଏବଂ ଅଣପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନକିଣିବା ସହ କଟନି ଛଟଣି ବନ୍ଦକରିବା, ପ୍ରଧାନମନ୍ତ୍ରୀ ବିମା ଅର୍ଥ ପ୍ରଦାନ, ବାତ୍ୟା "ଦାନା'ରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ ସବ୍ସିଟ ପ୍ରଦାନ, କୁଳଡିହା ଅଭୟାରଣ୍ୟ ଚତୁପାର୍ଶ୍ୱରେ ବସବାସ କରୁଥିବା ହଜାର ହଜାର ଆଦିବାସୀ ଲୋକଙ୍କୁ ଇକୋସେନ୍ସେଟିଭ ଜୋନରୁ ବାଦ୍ ଦେବା ଆଦି ବିଭିନ୍ନ ସମସ୍ୟାନେଇ ଦାବିପତ୍ର ପ୍ରଦାନ କରିଥିଲେ ।