ଏସୟୁସିଆଇ ପକ୍ଷରୁ ବିକ୍ଷୋଭ

କଟକ: ଡ୍ରେନ ନିର୍ମାଣ ବେଳେ ପାଚେରୀ ପଡ଼ି ଜଣଙ୍କର ମୃତୁ୍ୟ ହେବା ଓ ଅନ୍ୟ ଜଣେ ଗୁରୁତର ହେବା ଘଟଣାରେ ଏସୟୁସିଆଇ ପକ୍ଷରୁ କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୃତ ଶ୍ରମିକ ପରିବାରକୁ ୩୦ଲକ୍ଷ ଟଙ୍କା ଓ ଗୁରୁତର ଭାବେ ଆହତ ଶ୍ରମିକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ, ମୃତ ଓ ଆହତ ଶ୍ରମିକଙ୍କ ସ୍ତ୍ରୀଙ୍କୁ ମୁ୍ୟନିସିପାଲ କର୍ପୋରେସର ଉପଯୁକ୍ତ ସ୍ଥାୟୀ ନିଯୁକ୍ତି ଓ ରହିବା ପାଇଁ ଘର ଯୋଗାଇ ଦେବା, ଏହି ମନୁଷ୍ୟକୃତ ମୃତୁ୍ୟ ପାଇଁ ସିଏମସିର ଅଧିକାରୀ ଓ ମୁଖ୍ୟ ଯନ୍ତ୍ରୀ ଏବଂ ସଂପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ ବିହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଏସୟୁସିଆଇ ପକ୍ଷରୁ ଦାବି କରାଯିବା ସହ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଏସୟୁସିଆଇ କଟକ ଜିଲ୍ଲା କମିଟିର ଅଫିସ ସଂପାଦକ ଖଗେଶ୍ୱର ସେଠୀ, ରାଜକିଶୋର ମଲ୍ଲିକ, ବସନ୍ତ ନାୟକ, ବବି ବଳବନ୍ତ ରାୟ, ଦୀପକ ଦାସ, ଭାଗ୍ୟରବି ଦାସ, ବିନୋଦ ସେଠୀ, ଅକ୍ଷୟ ରାହୁଳ, ଶୋଭା ଦେଉରୀ, ସିପ୍ରା ମହାନ୍ତି, ଶୁଭସ୍ମିତା ସାହୁ, ଝରଣା ଦାସ, ଅଜୟ ମଲ୍ଲିକ ଓ ଏନ ରାଜୁ ପ୍ରମୁଖ ବହୁ ଉପସ୍ଥିତ ଥିଲେ ।