ବିଶ୍ୱ ହସ୍ତ ପ୍ରକ୍ଷାଳନ ଅଭିଯାନ ଉଦ୍ଘାଟିତ 

 ଜଗତସିଂହପୁର: ଶୁଦ୍ଧାନନ୍ଦ ସ୍କୁଲ ପ୍ରାଙ୍ଗଣରେ ଏନ୍ଜେଡବ୍ଲୁ (ଓପନ) ୟୁନିଟ୍, ଜଗତସିଂହପୁର ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ୍ ଆଣ୍ଡ ଗାଇଡସ୍ ଓ ଶୁଦ୍ଧାନନ୍ଦ ସ୍କାଉଟ୍ ଟ୍ରୁପ୍ର ମିଳିତ ଉଦ୍ୟମରେ ଏକ ସପ୍ତାହ ବ୍ୟାପି ବିଶ୍ୱ ହସ୍ତ ପ୍ରକ୍ଷାଳନ ଅଭିଯାନ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ସ୍କାଉଟଙ୍କୁ ସଚେତନ କରିବା ପାଇଁ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଶୁଦ୍ଧାନନ୍ଦ ସ୍କୁଲ ଅଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ ସଭାପତିତ୍ୱ କରିଥିଲେ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ରହି ସ୍କାଉଟ୍ଙ୍କୁ ହାତ ଧୁଆର ଆବଶ୍ୟକତା ଉପରେ ସଚେତନ କରାଇଥିଲେ । ଏହି ବ୍ୟକ୍ତିଙ୍କ ମଧ୍ୟରେ ୟୁନିଟ୍ ଲିଡର ବିଜୟ ରଥ, ସ୍କୁଲ ପ୍ରଶାସନ ଅଧିକାରୀ ଜଦୁ ନାଥ ଦାସ, ସ୍କାଉଟ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୂଲ୍ୟ କୁମାର ମିଶ୍ର, ଜିଲ୍ଲା ସଂଗଠନ କମିଶନର ପ୍ରତାପ ଚନ୍ଦ୍ର ରାତରାୟ, ଜିଲ୍ଲା ରେଡକ୍ରସ ସାଧନକର୍ମୀ ଚନ୍ଦନ ବେହରା, ଏନ୍ଜେଡବ୍ଲୁ ରୋଭର୍ ୟୁନିଟ୍ ଭାରପ୍ରାପ୍ତ ରୋଭର୍ ଲିଡର ଆଶୁତୋଷ ପଣ୍ଡା, ସ୍କୁଲ ଇଂରାଜୀ ଶିକ୍ଷକ ରାକେଶ ରୋଷନ୍ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ରେଡକ୍ରସ୍ ଜିଲ୍ଲା ସାଧନକର୍ମୀ ଶ୍ରୀଯୁକ୍ତ ବେହେରା ଏବଂ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ମିଶ୍ର ପିଲାଙ୍କୁ କିପରି ଦଶଟି ସୋପାନରେ ହାତ ଧୋଇବାକୁ ପଡେ ବୁଝାଇ ଦେଇଥିଲେ  ।ଏହା ପରେ ସ୍କାଉଟ ଓ ରୋଭର୍ ମାନଙ୍କ ଦ୍ୱାରା ମଧ୍ୟ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା  । ସ୍କାଉଟ ମାନେ ଲୋକମାନଙ୍କ ମଧ୍ୟରେ ସଚେତନତା ଜାଗରଣ କରିବା ପାଇଁ ନାନା ପ୍ରକାର ସ୍ଲୋଗାନ ଦେଇଥିଲେ । ଶେଷରେ ସମସ୍ତ ସ୍କାଉଟ୍ ଓ ରୋଭରମାନେ ନିଜ ଅଞ୍ଚଳରେ ତଥା ନିଜ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ହାତ ଧୋଇବାର ଗୁରୁତ୍ୱ ବିଷୟରେ ସଚେତନ କରାଇବାର ପ୍ରତିଜ୍ଞା ନେଇଥିଲେ । କାର୍ଯକ୍ରମରେ ସିନିୟର ରୋଭର ମେଟ୍ ସଂଗ୍ରାମ, କ୍ରାନ୍ତି, ସନ୍ତୋଷ, ଆକାଶ ଏବଂ ଶିକ୍ଷକ ସୁରେଶ ସେନ୍ ସହାୟତାର ହାତ ବଢ଼ାଇ ଥିଲେ ।