ରାସନକାର୍ଡକୁ ଚାହିଁ ବସିଛନ୍ତି ୩୧୬୮ ହିତାଧିକାରୀ


ଢେଙ୍କାନାଳରୁ ଲକ୍ଷ୍ମୀନାରାୟଣ ତ୍ରିପାଠୀ :  ଢେଙ୍କାନାଳ ଜିଲ୍ଲାରେ ଏବେ ବି ହଜାର ହଜାର ଲୋକ ଚାଉଳ ଗଣ୍ଡେ ପାଇଁ ନୂଆ ରାସନକାର୍ଡକୁ ଚାହିଁ ବସିଛନ୍ତି । କାର୍ଡ ଖଣ୍ଡେ ପାଇଲେ ଚାଉଳ ଗଣ୍ଡେ ଆଣି ନିଜେ ବଞ୍ଚôବା ସହିତ ନିଜ ପରିବାର ଲୋକଙ୍କୁ ବଞ୍ଚାଇବା ଆଶା କରି ଚାଉଳ ଗଣ୍ଡାଏକୁ ଅପେକ୍ଷା କରି କରି ଆଖି ବୁଜି ସାରିଲେଣି । ଆଉ କେତେକ ପିଲାଙ୍କୁ ଖାଇବାକୁ ଦେଇ ନ ପାରି ପରକୁ ହାତ ପତାଇ ଭିକ ମାଗୁଛନ୍ତି । ରାସନ କାର୍ଡ ପାଇଁ ଆବେଦନ କରି କେବେ ଚାଉଳ ଚାହିଁ ବସିଛନ୍ତି ହଜାର ହଜାର ଅସହାୟ ଲୋକ ।  ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ରାସନ କାର୍ଡକୁ ଚାହିଁ ରହିଛନ୍ତି ୩ହଜାର ୧୬୮ଜଣ ଆବେଦନକାରୀ । ଏବେ ଇ -କେୱାଇସି ଯାଞ୍ଚ କରାଯାଇ ମୃତ ଓ ଅଯୋଗ୍ୟଙ୍କୁ ବାଦ୍ ଦେବା ପରେ ନୂଆ କାର୍ଡ ମିଳିବ ବୋଲି ସରକାର କହିବା ପରେ ସେମାନଙ୍କ ମନରେ ଆଶା ସଞ୍ଚାର ହୋଇଛି । ନଭେମ୍ବର ସୁଦ୍ଧା ନୂଆ କାର୍ଡ ମିଳିବ ବୋଲି କୁହାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ଇ -କେୱାଇସି ଯାଞ୍ଚ ସରିନଥିବାରୁ କେବେ ମିଳିବ ତାହାକୁ ନେଇ ଉକôଣ୍ଠା ବଢିଛି । 
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମୋଟ ୧ଲକ୍ଷ ୩୫ହଜାର ୮୧୫ଜଣ ହିତାଧିକାରୀଙ୍କୁ ରାସନକାର୍ଡରେ ଅନ୍ତର୍ଭୁକ୍ତ ହୋଇ ରାସନ ପାଉଛନ୍ତି । ଏହାବାଦ୍ ଅନେକ ଯୋଗ୍ୟ ଗରିବ ପରିବାର ଏଥିରେ ସାମିଲ ହୋଇ ପାରିନାହାନ୍ତି କିମ୍ବା ସମୟକ୍ରମେ ଅନେକ ଅସହାୟ କାର୍ଡ ପାଇଁ ଆବେଦନ କରିଥିଲେ ହେଁ, ଟାର୍ଗେଟ ନ ଥିବାରୁ ଦିଆଯାଇପାରିନାହିଁ । ମାତ୍ର ଯାଞ୍ଚ କରାଯାଇ ଅପେକ୍ଷାରେ ଯାଇଛି । ଗଁଦିଆ ବ୍ଲକରେ ସେପ୍ଟେମ୍ବର ଶେଷ ସୁଦ୍ଧା ୩ହଜାର ୧୬୮ଜଣ ଆବେଦନକାରୀ ଅପେକ୍ଷାରେ ରହିଛନ୍ତି । ଏଥିମଧ୍ୟରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨ହଜାର ୭୦୬ଜଣ ରହିଥିବାବେଳେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୪ଶହ ୬୨ଜଣ ଆବେଦନକାରୀ ଚାହିଁ ବସିଛନ୍ତି । ନୂଆ ସରକାର ଆସିବା ପରେ ରାସନ ତାଲିକାରେ ଅଯୋଗ୍ୟ ହିତାଧିକାରୀ ଏବଂ ମୃତ ବ୍ୟକ୍ତି (ଭୂତ ହିତାଧିକାରୀ )ରହିଥିବା ରାଜ୍ୟ ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିବା ସହ ଇ- କେୱାଇସି ଯାଞ୍ଚ ଆରମ୍ଭ ହୋଇଥିଲା । ଅଦ୍ୟାବଧି ଗଁଦିଆ ବ୍ଲକରେ ୧ ଲକ୍ଷ ୧୯ ହଜାର ୫୨୪ଜଣ ଇ-କେୱାଇସି ଯାଞ୍ଚ କାର୍ଯ୍ୟ ସାରିଥିବାବେଳେ ଆହୁରି ୧୬ହଜାର ୨୯୧ଜଣ କରିନାହାନ୍ତି । ସେଥିମଧ୍ୟରୁ ଅନେକ ମୃତ ବ୍ୟକ୍ତିଙ୍କ ସମତେ ଅନେକ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । ଯେଉଁମାନେ ବର୍ଷ ବର୍ଷ ଧରି ଚାଉଳ ନେଉଥିଲେ । ଏପଟେ ଯୋଗ୍ୟ ବ୍ୟକ୍ତି ଅପେକ୍ଷାରେ ରହିଥିଲେ । ଇ- କେୱାଇସି ଗତ ଅଗଷ୍ଟ ୨୨ରେ ଆରମ୍ଭ ହୋଇଥିଲା । ମାତ୍ର ଏପର୍ଯ୍ୟନ୍ତ ଇ -କେୱାଇସି ଅପଡେଟ ଚାଲିଥିବା ବେଳେ ତାହା କେବେ ସରିବ ଓ କେବେ ନୂଆ କାର୍ଡ ମିଳିବ ତାହାକୁ ନେଇ ଅପେକ୍ଷାରେ ଥିବା ଆବେଦନକାରୀ ଭିତରେ ଉକôଣ୍ଠା ବଢିଛି ।