ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ

କଟକ: ସମସ୍ତ ଜୀବଜଗତ ଜୀବନ ଧାରଣ ପାଇଁ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବରେ ମାଟି ମା’ ଉପରେ ନିର୍ଭରଶୀଳ । ତେଣୁ ମାଟିର ଯନô ନେବା ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ୍ । ମୃତ୍ତିକାର ଯନô ପାଇଁ ଏହାର ପରିମାପ, ପର୍ଯ୍ୟବେକ୍ଷଣ ଓ ପରିଚାଳନା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବିଶ୍ୱ ମୃତ୍ତିକା ଦିବସ ଅବସରରେ ବିଶିଷ୍ଟ ବକ୍ତାମାନେ ରାସାୟନିକ ସାରର ବ୍ୟବହାର ହ୍ରାସ କରିବା ଏବଂ ଜୈବିକ ସାର ପ୍ରୟୋଗ କରି ମାଟି ମାର ଉର୍ବରତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କୃଷକମାନେ ବିଭିନ୍ନ ସମୟରେ କୃଷି ବୈଜ୍ଞାନିକମାନଙ୍କ ଠାରୁ ଚାଷ ସମ୍ବନ୍ଧୀୟ ପରାମର୍ଶ ଗ୍ରହଣ କରିବାକୁ କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଦିବ୍ୟଲୋଚନ ମହନ୍ତ ମୃତ୍ତିକା ପରୀକ୍ଷା, ବିଭିନ୍ନ ପ୍ରକାରର ଜୈବିକ ସାରର ପ୍ରୟୋଗ, ମୃତ୍ତିକାକ୍ଷୟ ରୋକିବା ଓ ସଠିକ ମାତ୍ରାରେ ସଠିକ ପ୍ରଣାଳୀରେ ଚାଷ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ କୃଷି ଅଧିକାରୀ ଅଶୋକ କର, କୃଷି ବିଜ୍ଞାନ କେନ୍ଦ୍ରର ମୂର୍ତ୍ତିକା ବିଭାଗର ବରିଷ୍ଠ ବୈଜ୍ଞାନିକ ଦିଲ୍ଲୀପ ଷଡଙ୍ଗୀ, ଜିଲ୍ଲା କୃଷି ଅଧିକାରୀ ବିଶ୍ୱନାଥ ଦାସ, ଶିବାଶିଷ ମିଶ୍ର, ଚନ୍ଦ୍ରମୋହନ ଚାନ୍ଦ, ସହକାରୀ କୃଷି ନିଦେ୍ର୍ଦଶକ ତୃପ୍ତିମୟୀ ନାହାକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମୃତ୍ତିକାର ଯନô, ରାସାୟନିକ ସାରର ବ୍ୟବହାର, ବିଭିନ୍ନ ପ୍ରକାର କୃଷି ଆଦି ବିଷୟରେ ବକ୍ତାମାନେ ଆଲୋଚନା କରିଥିଲେ । ସହକାରୀ କୃଷି ନିଦେ୍ର୍ଦଶକ ଅସୀମା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ୫୦ଜଣ କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ପ୍ରଦାନ କରାଯାଇଥିଲା । ଜିଲ୍ଲାସ୍ତରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଏକ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାରର ଶୁଭାରମ୍ଭ କରାଯାଇଥିଲା ।