ରାସ୍ତା ଖୋଳି ଠିକାଦାର ଛୁ’

 ନିଆଳି: କଣ୍ଟାପଡା ବ୍ଲକ୍ର ୧୪ ଗୋଟି ଗ୍ରାମ ପଞ୍ଚାୟତର ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଯୋଜନାରେ ମେଗା ପାନୀୟ ଜଳ ପ୍ରକଳ୍ପ ଯୋଜନା କରାଯାଇଛି । ଏଣୁ ବିଭିନ୍ନ ପଞ୍ଚାୟତରେ ପ୍ରକଳ୍ପ କାମ ଜାରି ରହିଛି । ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରିଛନ୍ତି । ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ଅଧିନରେ କାର୍ଯ୍ୟନ୍ୱିତ ହେଉଥିବା ଏହି ଯୋଜନା କାର୍ଯ୍ୟକାରୀ କରିବା ଦାୟିତ୍ୱ ବିଭିନ୍ନ ଠିକାଦାରଙ୍କୁ ଦିଆଯାଇଛି । ଏହି ସଂସ୍ଥା ଗୁଡିକ ପକ୍ଷରୁ ଚାରିଆଡେ ପାଇପ୍ ବିଛା ଯାଉଛି । ପାଇପ୍ ଲାଇନ୍ ବିଛେଇଲା ବେଳେ ସରକାରଙ୍କ ନିୟମ ସୋଲ୍ଡର୍ ତଳକୁ ଏକ ନିର୍ଦ୍ଧିଷ୍ଟ ଦୂରତା ରଖି ଅଢେଇ ଫୁଟ୍ରେ ଖୋଳିବା ପାଇଁ ନିୟମ ରହିଛି । ପାଇପ୍ ବିଛେଇବା ପରେ ଭଲ ଭାବରେ ପୋତିବା ପାଇଁ ନିୟମ ରହିଛି । କିନ୍ତୁ ଠିକାଦାରମାନେ ଜେସିବି ଲଗାଇ ପିଚୁ ଓ କଂକ୍ରିଟ୍କୁ ଖୋଳି ପାଇପ୍ ପକାଉଛନ୍ତି । ଏହାକୁ ଢଳେଇ ପକାଇବା ତ ଦୂରର କଥା ଏହାକୁ ପୋତୁ ନଥିବା ଅଭିଯୋଗ ହୋଇଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଉକ୍ତ ବ୍ଲକ୍ ଅଧିନ ଉତ୍ତାରଣ, କନ୍ଦଳ, ନାହାଳପୁର, ଗୁଣାଦୋଳ, ଗୋବିନ୍ଦପୁର ଆଦି ଅଞ୍ଚଳରେ । ରାସ୍ତାରେ କଂକି୍ରଟ୍ ପକାଇବା ବଦଳରେ ଢଳେଇ ଉପରେ ମାଟି ଛିଞ୍ଚô ଘୋଡେଇବାରୁ ବାରମ୍ବାର ଛୋଟ ମୋଟ ଦୁର୍ଘଟଣା ଘଟୁଛି । ରାସ୍ତାକୁ ଲଗେଇ ଖୋଳିବା ପରେ ତାକୁ ଭଲ ଭାବେ ପୋତିବା ଦ୍ୱାରା ରାସ୍ତା କଡରେ ମାଟି ଦବି ଯାଉଛି । ଏବଂ ବଡ ବଡ ଗର୍ତ୍ତ ସୃଷ୍ଟି ହେଉଛି । ଯାହା ଦ୍ୱାରା ବିପରୀତ ଦିଗରୁ ଗାଡି ଆସିଲେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ଏ ନେଇ ଗ୍ରାମ ଉନ୍ନୟନ ବିଭାଗ ପୂର୍ତ୍ତ ବିଭାଗ ଓ ପଞ୍ଚାୟତ ରାସ୍ତା ନଷ୍ଟ ହେଉଛି । ବିଭାଗର ତାଗିଦ୍ ସତ୍ତ୍ୱେ ଗ୍ରାମ୍ୟ ପରିମଳ ବିଭାଗ ଢଳେଇ ପକାଇବାକୁ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଠିକାଦାର ମାନେ ଏହାକୁ ମାନୁ ନାହାନ୍ତି । ତେଣୁ ଏଥିପ୍ରତି ଦୃଷ୍ଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।