ପୁଅର ଶୁଦ୍ଧିକ୍ରିୟା ପାଇଁ ମା’ର ଭିକ୍ଷା

 କାକଟପୁର : ପ୍ରତ୍ୟେକ ବାପା ମା ଙ୍କର ଗୋଟେ ସ୍ୱପ୍ନ ଥାଏ ବାର୍ଦ୍ଧକ୍ୟ ପରେ ଯେତେବେଳେ ସେମାନେ ଶେଷ ନିଶ୍ୱାସ ତ୍ୟାଗ କରିବେ ସେତେବେଳେ ତାଙ୍କ ପିଲା ତାଙ୍କୁ ମୁଖାଗ୍ନି ଦେବା ସହ ଅନ୍ତେଷ୍ଟି କ୍ରିୟା କରିବେ । କିନ୍ତୁ ଆଜି ସମ୍ପୂର୍ଣ୍ଣ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଏହିଭଳି ଏକ ଘଟଣା ଏବେ ସାମ୍ନା କୁ ଆସିଛି କାକଟପୁର ବ୍ଲକ୍ ଲତାହରଣ ଗ୍ରାମ ପଞ୍ଚେଇ ଦେଇ । ବୟସ ୬୦ରୁ ଅଧିକ ହେବ । ବାର୍ଦ୍ଧକ୍ୟର ପାଦଦେଶରେ ଏବେ ଗାଁ ରେ ଦୁଆରୁ କୁ ଦୁଆର ବୁଲି ଭିକ୍ଷା ମାଗୁଛନ୍ତି । କାରଣ ଏକମାତ୍ର ପୁଅ ପ୍ରଫୁଲ୍ଲ ମଲିକଙ୍କ ଶୁଦ୍ଧିକ୍ରିୟା କରିବେ । ପଞ୍ଚେଇଙ୍କ ସ୍ୱାମୀ ଜଣେ ଦିନ ମଜୁରିଆ, ଜମିବାଡି ବି କିଛି ନାହିଁ । କେବଳ ଖଣ୍ଡେ ମାଟି ଝାଟି ଘର ଅଛି । ଜରି ପାଲ ଟାଣି ସେଇଠି ଦିନ କାଟନ୍ତି ପରିବାର । ୨ ବର୍ଷ ତଳେ ତାଙ୍କ ସ୍ୱାମୀ ଜଳେନ୍ଦ୍ରଙ୍କ ମୃତୁ୍ୟ ହୋଇଥିଲା । ଆଜକୁ ୧୫ ବର୍ଷ ତଳେ ହାଇଦ୍ରାବାଦ ଯାଇଥିଲେ ପୁଅ ପ୍ରଫୁଲ୍ଲ, କିନ୍ତୁ ସେଠି ଦୁର୍ଘଟଣା ରେ ତାଙ୍କର ସ୍ନାୟୁ ନଷ୍ଟ ହୋଇଯାଇଥିଲା । ଆଉ ଦୀର୍ଘ ବର୍ଷ ଗ୍ରାମରେ ଆସି ଶଯ୍ୟାଶାୟୀ ହୋଇ ଶେଷରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏବେ ସମ୍ପୂର୍ଣ୍ଣ ସଂସାରରେ ପଞ୍ଚେଇ ଏକା । ଲୁଣ କିଣିବାକୁ ବି ତାଙ୍କର ସାମର୍ଥ୍ୟ ନାହିଁ, କେବଳ ସାଇ ପଡିସା ଗ୍ରାମବାସୀ ଯାହା ଭିକ୍ଷା ଦେବେ ସେହି ହେଉଛି ତାଙ୍କ ଜୀବନ ବଞ୍ଚିବାର ମାର୍ଗ । ସବୁଠୁ ଆଶ୍ଚର୍ଯ୍ୟ କଥା ଆଜିପର୍ଯ୍ୟନ୍ତ ପଞ୍ଚେଇଙ୍କୁ କୌଣସି ଆବାସ ଖଣ୍ଡେ କାକଟପୁର ବ୍ଲକ୍ରୁ ମିଳିନାହିଁ, କି କୌଣସି ସହାୟତା ବି ମିଳିନି । କେବଳ ବିଧବା ଭତ୍ତା ହି ସାରା ମାସର ଖର୍ଚ୍ଚ । ଏହିଭଳି ଦୟନୀୟ ଅବସ୍ଥାରେ ଜୀବନ ଯୁଦ୍ଧରେ ସଂଗ୍ରାମ କରି ବଞ୍ଚିରହିଛନ୍ତି ପଞ୍ଚେଇ ଦେଇ । ପୁଅ ପାଇଁ କିପରି ଅନ୍ତେଷ୍ଟି କ୍ରିୟା କରିବେ, କିପରି ସାଇ ଭାଇଙ୍କୁ ପ୍ରୀତି ଭୋଜନ ଦେବେ, ସେଥିପାଇଁ ଭିକ ମାଗିଚାଲିଛନ୍ତି । ସହାୟତାସବୁଠୁ ଦୁଃଖ ର କଥା ପରିବର୍ତ୍ତନ ସରକାରରେ କ’ଣ ପାଇଁ ସ୍ଥାନୀୟ ପ୍ରଶାସନର ଏହିଭଳି ଦୟନୀୟ ଲୋକଙ୍କ ଉପରେ ଦୃଷ୍ଟି ପଡୁନି । ନିର୍ବାଚନ ଆସିଲେ ଭଳିକି ଭଳି ନେତା ଅନେକ ପ୍ରତିଶ୍ରୁତି ଆଣିଆସୁଥିବା ବେଳେ, ପଛରେ କ’ଣ ପାଇଁ ଭୁଲିଯାନ୍ତି ପଞ୍ଚେଇଙ୍କୁ । ପୁଅର ଶୁଦ୍ଧିକ୍ରିୟା ପାଇଁ ପ୍ରଶାସନ ହେଉ ଅଥବା କୌଣସି ସାମାଜିକ ଅନୁଷ୍ଠାନ ପକ୍ଷରୁ ସହାୟତା କରିବା ପାଇଁ ଗ୍ରାମବାସି ନିବେଦନ କରିଛନ୍ତି ।