ଶାନ୍ତି ମୈତ୍ରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ବର୍ଦ୍ଧିତ

 କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ଜଣାଶୁଣା ସ୍ୱେଚ୍ଛାସେବୀ ଶାନ୍ତି ମୈତ୍ରୀ ଅନୁଷ୍ଠାନର ପ୍ରତିଷ୍ଠାତା ଭଗବାନ ଜେନାଙ୍କୁ ସାମାଜିକ ସେବା ପାଇଁ ସମ୍ବର୍ନ୍ଧିତ କରାଯାଇଛି । କେନ୍ଦ୍ରାପଡା ଟାଉଲ ହଲ ଠାରେ ଆୟୋଜିତ ଏକ ଏକ ଉସôବରେ ଗୁରୁଚରଣ ଦାସ ମେମୋରିଆଲ ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ରୀ ଜେନାଙ୍କୁ ମାନ୍ୟବର ଶିଳ୍ପ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାର ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଓ ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଓ ଅନ୍ୟ ମାନଙ୍କ ଉପସ୍ଥିତିରେ ଶ୍ରୀ ଜେନାଙ୍କୁ ସମ୍ବର୍ନ୍ଧିତ କରାଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଉପସ୍ଥିତ ଥିଲେ ।