ସମୁଦ୍ରରେ ଭାସି ଯୁବକ ନିଖୋଜ
ପୁରୀ : ସକାଳ ପ୍ରାୟ ୧୧ଟା ସମୟରେ ଇନେ୍ଦାରର ୭ ଜଣ ଯୁବକ ପୁରୀ ଚକ୍ରତୀର୍ଥ ବେଳାଭୂମି ଠାରେ ସମୁଦ୍ର ସ୍ନାନ କରୁଥିଲେ । ଏହି ସମୟରେ ସୁଉଚ୍ଚ ଜୁଆର ଆସିବାରୁ ତାଙ୍କ ମଧ୍ୟରୁ ଜଣେ ଯୁବକ ଗଭୀର ସମୁଦ୍ର ମଧ୍ୟରେ ନିଖୋଜ ହୋଇଯାଇଛନ୍ତି । ନିଖୋଜ ହୋଇଥିବା ଯୁବକଙ୍କ ନାମ ପ୍ରଫୁଲ (୧୯) ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ପୁରୀ ସମୁଦ୍ରକୂଳ ଥାନା ପୁଲିସ ପହଞ୍ଚôବା ସହ ପୁରୀ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି ।