ଡ. ବସନ୍ତ ମଞ୍ଜରୀଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର
ାା ପ୍ରଭାନୁ୍ୟଜ୍ ।ା ତିର୍ତ୍ତୋଲ : ଜଗତସିଂହପୁର ଜିଲ୍ଲାର ଆଠଟି ବ୍ଲକ ପକ୍ଷରୁ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ଚୟନ କରାଯାଇଥିବାବେଳେ ତିର୍ତ୍ତୋଲ ବ୍ଲକରୁ ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼ ବସନ୍ତ ମଞ୍ଜରୀ ଦାସଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀମତି ଦାସଙ୍କୁ ପ୍ରମାଣପତ୍ର ଓ ଉପଢୌକନ ସହ ୧୦ ହଜାର ଅର୍ଥରାଶି  ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି ।  ଏହି ସମ୍ବର୍ଦ୍ଧନା ପର୍ବରେ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରା ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ମୁଖ୍ୟବକ୍ତା ଓଡିଶା ପରିବେଶ ସମିତି ଭୁବନେଶ୍ୱର କାର୍ଯ୍ୟକାରୀ ସଭାପତି ବିଶିଷ୍ଟ ପରିବେଶବିତ ବୈଜ୍ଞାନିକ ଜୟକୃଷ୍ଣ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂ, ପରେଶ ପାତ୍ର, ଜୀବନ ସାହୁ ଉପସ୍ଥିତ ରହି ଶ୍ରୀମତୀ ଦାସଙ୍କୁ ପୁରସ୍କୃତ କରିଥିଲେ । ତାଙ୍କର ଏହି କୃତିତ୍ୱ ପାଇଁ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦର ସଭ୍ୟ ସଭ୍ୟା ଗଣ ଯଥା ସଭାପତି ପ୍ରେମ ଚରଣ ରାଉତ, କାର୍ଯ୍ୟକାରୀ ସଭାପତି ପଣ୍ଡିତ ନାଗୁ ଚରଣ ଦେବତା, ମୁଖ୍ୟ ସମ୍ପାଦକ ଗୋଲୋକ ବିହାରୀ ପଲାଇ, କାର୍ଯ୍ୟକାରୀ ସମ୍ପାଦକ ନଗେନ୍ଦ୍ରନାଥ ସ୍ୱାଇଁ, ଉପସଭାପତି ହେମନ୍ତ କୁମାର ନାୟକ, କୈଳାସ ଚନ୍ଦ୍ର ପ୍ରଧାନ, ମହେଶ୍ୱର ସ୍ୱାଇଁ, ହୃଷିକେଶ ଜେନା, ତୃପ୍ତି ରଞ୍ଜନ ମହାନ୍ତି, ଯଯାତି କେଶରୀ ସାମନ୍ତରାୟ, ସଂଗ୍ରାମ କେଶରୀ ସ୍ୱାଇଁ, ଶିବପ୍ରସାଦ ସାହୁ, ବିଭୂଷିତା ଦାସ, ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ, ଆଇନଜୀବୀ ମଞ୍ଜୁଲତା ରାଉତ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି  ।                        
 
 Rasmita Behera
                                    Rasmita Behera                                 
    
 
    
 
 
 
