ବୃଦ୍ଧା ନିଖୋଜ ଘଟଣା, ମିଳୁନି ଶବ
ରାଜନଗର: ରାଜନଗର ବ୍ଲକ୍ ଓସ୍ତିଆ ପଞ୍ଚାୟତ ନଗଡ ଗ୍ରାମରେ ଜଣେ ବୃଦ୍ଧା ନିଖୋଜ ହୋଇଯାଇଥିବା ନେଇ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଆଳି ବ୍ଲକ ମହୁଗାଁ ନିକଟରେ ଶବ ଭାସୁଥିବା ଖବର ପାଇ ତାଙ୍କ ପୁଅ ଖୋଜିବାକୁ ଯାଇଥିଲେ । ନଦୀକୂଳରେ ଗଛର ଚେରରେ ଲାଗିବା ସହିତ ମା’ଙ୍କ ଶାଢୀ ନଦୀରେ ଭାସୁଥିବା ଦେଖିବାକୁ ପାଇଥିଲେ । ଶାଢୀ ଉଦ୍ଧାର କରି ଶବ ଖୋଜୁଥିବା ବେଳେ ଅପରପାଶ୍ୱର୍ରେ ଥିବା ରାଜନଗର ବ୍ଲକ୍ ରାଜପୁର ଓ ବାଲିଚନ୍ଦ୍ରପୁର ଗାଁର କିଛି ଲୋକେ ଶବ ଭାସି ଯାଉଥିବା କହିଥିଲେ । ଶବ ସଢି ଯାଇଥିବା ବେଳେ ଗୋଟିଏ ହାତ ନଥିଲା । ଗୋଡର କିଛି ମାଂସ ନଥିବା କହିଥିଲେ । ସଚ୍ଚିଦାନନ୍ଦ ବହୁ ସମୟ ଖୋଜାଖୋଜି କରିବା ପରେ ଶାଢୀଙ୍କୁ ନେଇ ରାଜନଗର ଥାନାରେ ଜିମା ଦେଇଥିଲେ । ସୂଚନାଥାଉକି, ସଚ୍ଚିଦାନନ୍ଦ ସାହୁ ତାଙ୍କ ମାଆ କାଞ୍ଚନ ସାହୁ(୬୦) ଗୁରୁବାର ସକାଳ ସମୟରେ ପାଖ ନଦୀକୁ ଗାଧୋଇବାକୁ ଯାଇଥିଲେ । ଦୀର୍ଘ ସମୟ ଧରି ନଫେରିବାରୁ ପରିବାର ଲୋକେ ବିଭିନ୍ନ ସମ୍ପର୍କୀୟଙ୍କୁ ପଚାରି ବୁଝିଥିଲେ । କୌଣସି ସ୍ଥାନରୁ ତାଙ୍କ ସମ୍ପର୍କରେ ସୂଚନା ନମିଳିବାରୁ ରାଜନଗର ଥାନାରେ ଅଭିଯୋଗ କରିଥିଲେ ।