ନିଖିଳ ଭାରତ ସମବାୟ ସପ୍ତାହ ପାଳିତ
କେନ୍ଦ୍ରାପଡା: ରାଜ୍ୟରେ ୭୧ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ କରାଯାଇଛି । ସମବାୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଜିଲ୍ଲାକୁ ଗୈାରବାନିତ୍ୱ କରିଥିବା କେନ୍ଦ୍ରାପଡାର ଜମଧର ପ୍ରାଥମିକ କୃଷି ସମବାୟ ସମିିତିକୁ ରାଜ୍ୟସ୍ତରରେ ଶ୍ରେଷ୍ଠ ସମବାୟ ସମିତି ଭାବେ ଘୋଷଣା କରାଯାଇଛି । ସେହିଭଳି ଭରତପୁର ପ୍ରାଥମିକ କୃଷି ସମବାୟ ସମିତିକୁ ଦ୍ୱିତୀୟ ସ୍ଥାନ ମିଳିଛି । ଏହି ୨ ସମିତିରେ ଚାଷୀ, ଭାଗଚାଷୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ପ୍ରଦାନ, ସମିିତି ର କମ୍ପୁ୍ୟଟରୀ କରଣ, ଚାଷୀ ମାନଙ୍କୁ ସାର, ବିହନ ଆଦି ଯୋଗଇବାରେ ପ୍ରମୁଖ ଭୂମିକା ଗ୍ରହଣ କରାଯାଇଛି । ଓଡିଶା ରାଜ୍ୟ ସମବାୟ ୟୁନିୟନ୍ ପକ୍ଷରୁ ଅନୁଷ୍ଠିତ ପୁରସ୍କାର ବିତରଣ ଉସôବରେ ଏହି ଘୋଷଣା କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବାଚସ୍ପତି ସୁରମା ପାଢୀ, ସମ୍ମାନିତଅତିଥି ସମବାୟ ମନ୍ତ୍ରୀ ପ୍ରଦିପ ବଳସାମନ୍ତ, ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ସମବାୟ ବିଭାଗର ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ସମବାୟ ସମିତି ସମୂହର ନିବନ୍ଧକ ଓ ମହା ସମୀକ୍ଷକ ପ୍ରଭୁ କଲ୍ୟାଣ ପଟ୍ଟନାୟକ, ସଭାପତି ପ୍ରଭାସିନୀ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ । ଜମଧର ସମବାୟ ସମିତିର ସଭାପତି ଧରଣୀଧର ଦାସ, ବୈରାଗୀ ଚରଣ ସାହୁ, ଭରତପୁର ସମବାୟ ସମିତିର ସଭାପତି ବସନ୍ତ କୁମାର ରାଉତ, ସଂପାଦକ ସୁବୋଧ କୁମାର ଲେଙ୍କା ପ୍ରମୁଖ ପୁରସ୍କାର ଗ୍ରହଣ କରିଥିଲେ ।