ଭିଜିଲାନ୍ସ ଜାଲରେ ଫିରିଙ୍ଗିଆ ବ୍ଲକ କନିଷ୍ଠ ଯନ୍ତ୍ରୀ
ାା ପ୍ରଭାନୁ୍ୟଜ୍ ।ା ଫୁଲବାଣୀ: ଭିଜିଲାନ୍ସ ଜାଲରେ ପଡିଛନ୍ତି ଫିରିଙ୍ଗିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ପାଢୀ । ବିଲ କରାଇ ଦେବା ପାଇଁ ଜନୈକ ଠିକାଦାରଙ୍କ ନିକଟରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ମାଡି ବସିଛନ୍ତି ଫୁଲବାଣୀ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀ । ସୂଚନା ଅନୁଯାୟୀ, ଗୋଚ୍ଛାପଡା ପଞ୍ଚାୟତ ବ୍ରୁଡିଗୁଡା ଠାରେ ଏକ ବିଶ୍ରାମାଗାର ନିର୍ମାଣ କରାଯାଇଥିଲା । ଏହି କାମର ବିଲ କରାଇ ଦେବା ପାଇଁ ଯନ୍ତ୍ରୀ ଅଶୋକ ଠିକାଦାର ରଘୁନାଥ ମହାକୁଡ଼ଙ୍କ ଠାରୁ ୧୦ ହଜାର ଟଙ୍କା ଦାବି କରିଥିଲେ । ରଘୁନାଥ ଏ ନେଇ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଆଜି ସକାଳେ ଯନ୍ତ୍ରୀ ପାଢ଼ୀ ଫିରିଙ୍ଗିଆ ସ୍ଥିତ ନିଜ ସରକାରୀ ବାସଭବନରେ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ତାଙ୍କୁ ଧରିଥିଲେ ଭିଜିଲାନ୍ସ ବିଭାଗ । ଯନ୍ତ୍ରୀ ପାଢୀଙ୍କ ସମ୍ପତ୍ତି ଆକଳନ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିବା ଜଣାପଡିଛି ।