ଦଳିତ ମହିଳାଙ୍କୁ ଆକ୍ରମଣ, ଥାନାରେ ଏତଲା
ତିହିଡି : ପୂର୍ବ ଶତୃତାକୁ କେନ୍ଦ୍ରକରି ଭଦ୍ରକ ଜିଲ୍ଲା ପୀରହାଟ ଥାନା ସାହାପୁର ପଞ୍ଚାୟତ ଫକିରପୁର ଗାଁରେ ଦଳିତ ମହିଳାଙ୍କୁ ଗାଁ ଦାଣ୍ଡରେ ଆକ୍ରମଣ । କେବଳ ସେତିକି ନୁହେଂ ବରଂ ଜାତିଗୋତ୍ର ଉଠାଇ ଅତି କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି ।
ସ୍ୱାମୀ ବିଜୟ କୁମାର ନାୟକ ଜାତିରେ ସବର୍ଣ୍ଣ ହୋଇଥିବା ବେଳେ ମହିଳା ରବି ସେଠୀ ଜାତିରେ ଦଳିତ । ପ୍ରେମ ବିବାହ କରିଥିବା ନେଇ ସେମାନଙ୍କୁ ଗାଁରେ କେତେକ ଆଡଆଖିରେ ଦେଖି ଆସନ୍ତି । ସାମାନ୍ୟ କଥାକୁ କେନ୍ଦ୍ରକରି ବିବାଦ ଉପୁଜାଇବା ସହିତ ଜାତିଗୋତ୍ର ଉଠାଇ ଗାଳି ଦେବା ଓ ମାଡ ମାରିବା ପର୍ଯ୍ୟନ୍ତ ଘଟୁଛି ଏବଂ ପୂର୍ବରୁ ଏନେଇ ବହୁବାର ଥାନା ପର୍ଯ୍ୟନ୍ତ କଥା ମଧ୍ୟ ଯାଇଛି । ସୋମବାର ଘରୋଇ ଫାଇନାନ୍ସ କମ୍ପାନୀର କର୍ମ·ରୀ କିସ୍ତି ଟଙ୍କା ମାଗିବାକୁ ଯାଇଥିଲେ । ଘରେ ସ୍ୱାମୀ ନଥିବାରୁ ଦିନେ ଦୁଇଦିନ ବିଳମ୍ବ ହେବା କଥା କହିଥିଲେ ରୁବି । ଯାହାକୁ ନେଇ ସଂପୃକ୍ତ କର୍ମ·ରୀ ଜଣକ ଫେରି ଆସି ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରେ ଏହି ଘଟଣାକୁ ନେଇ ଆଲୋଚନା କରିଥିଲେ । ପରେ ଗ୍ରାମର କେତେକ ମହିଳାମାନେ ସଂଘବଦ୍ଧ ହୋଇ ରୁବିଙ୍କୁ ଘେରି ଯାଇ ଜାତିଗୋତ୍ର ଉଠାଇ ଗାଳି ଗୁଲଜ କରିବା ସହିତ ମାଡ ମାରିବା ଏବଂ ଗାଁ ଦାଣ୍ଡରେ ଅର୍ଦ୍ଧଲଗ୍ନ କରି ବୁଲାଇଥିବା ଏପରିକି ତାଙ୍କ ଅଳଙ୍କାର ଛଡେଇ ନେବା ଓ ମୋବାଇଲ୍କୁ ଭାଙ୍ଗି ଦେଇଥିବା ଆଦି ଅଭିଯୋଗ ହୋଇଛି । ମହିଳାଙ୍କ ମୁହଁ, ବେକ, ପିଠି, ହାତ, ମୁଣ୍ଡ ଆଦିରେ ଗଭୀର ଆଘାତ ହୋଇଥିବା ଆଜି ଅପରାହ୍ନରେ ଥାନାରେ ଅଭିଯୋଗ ହୋଇଛି । ତଦନ୍ତ କରି ଅଭିଯୁକ୍ତମାନଙ୍କ ବିରୋଧରେ ବିହିତ ପଦକ୍ଷେପ ନେବାକୁ ଶସ୍ତ୍ରିକ ଦାବି କରିଛନ୍ତି ।