ଡିପଥେରିଆ ଚିନ୍ତା, କାଶୀପୁରରେ ବୁଷ୍ଟର ଡୋଜ ଆରମ୍ଭ

ଡିପଥେରିଆ ଚିନ୍ତା, କାଶୀପୁରରେ ବୁଷ୍ଟର ଡୋଜ ଆରମ୍ଭ


ଭୁବନେଶ୍ୱର: ଡିପଥେରିଆ ସଂକ୍ରମଣ ବଢିବା ପରେ ବଡ ପଦକ୍ଷେପ ଗ୍ରହଣ କରିଛି ସ୍ୱାସ୍ଥ୍ୟ ବିଭାଗ । ରାୟଗଡା କାଶୀପୁରରେ ଆଜିଠୁ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯାଉଛି । ୮୦ଟି ଗାଁରେ ବୁଷ୍ଟର ଡୋଜ୍ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ୩ଟି ବିିଭାଗରେ ବିଭକ୍ତ କରାଯାଇଛି । ପ୍ରଥମେ ଶୂନରୁ ଏକ ବର୍ଷ ମଧ୍ୟରେ ଶିଶୁଙ୍କୁ ପେଂଟା ଡୋଜ୍, ଦ୍ୱିତୀୟରେ ୧ରୁ ୭ ବର୍ଷ ମଧ୍ୟରେ ଶିଶୁଙ୍କୁ ଡିପିଟି ଡୋଜ ଓ ତୃତୀୟରେ ୭ରୁ ୧୫ ବର୍ଷ ମଧ୍ୟରେ ଶିଶୁଙ୍କୁ ଟିଡି ଡୋଜ ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହି ରୋଗ ଯେମିତି ଅନ୍ୟ ଗାଁକୁ ନ ବ୍ୟାପେ ସେଥିପ୍ରତି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ପ୍ରଥମେ ମୁନୁଷପଦର ଗାଁକୁ କଣ୍ଟେନମେଣ୍ଟ ଜୋନ କରାଯାଇଥିବା ବେଳେ ଆଉ ୬ଟି ଗାଁକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ କରାଯିବ ବୋଲି ରାୟଗଡା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
୧୫ ଦିନ ଭିତରେ ବୁଷ୍ଟର ଡୋଜ ଦିଆଯିବା କାର୍ଯ୍ୟକ୍ରମ ଶେଷ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ପ୍ରତ୍ୟେକ ଟିମରେ ଡାକ୍ତର, ନର୍ସ, ଆଶା, ଅଙ୍ଗନବାଡି କର୍ମୀଙ୍କ ସହିତ ବ୍ଲକ କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟର କର୍ମଚାରୀ ରହି ସାହାଯ୍ୟ କରିବେ । ଆକ୍ରାନ୍ତ ହୋଇଥିବା ଶିଶୁଙ୍କୁ ଆଣ୍ଟି ଟକ୍ସିନ ଡୋଜ୍ ଦିଆଯାଉଛି । ପ୍ରଥମ ଡୋଜ୍ ଦିଆଯିବା ପରେ କାର୍ଯ୍ୟକାରିତାକୁ ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ । ବର୍ତ୍ତମାନ ସୁଦ୍ଧା କାଶୀପୁର ବ୍ଲକରେ ୧୫ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତୁ୍ୟ ହେଲାଣି । ଏବେ ୧୦ ଜଣ ରୋଗୀ ରାୟଗଡା ମୁଖ୍ୟ ଚିକିସôାଳୟ ଓ ବ୍ରହ୍ମପୁର ମେଡିକାଲରେ ଚିକିସôିତ ହେଉଛନ୍ତି । ସେପଟେ ରାୟଗଡା, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ଡିପଥେରିଆ ସଂକ୍ରମଣର ଚାଲିଛି କାରଣ ଖୋଜା ।
ଟିକାର ପ୍ରଭାବ ହ୍ରାସ ନା ଷ୍ଟ୍ରେନରେ ପରିବର୍ତ୍ତନ ତାହାର ତଦନ୍ତ କରାଯିବ । ଏହା ଜାଣିବା ପାଇଁ ରୋଗୀଙ୍କ ଆଣ୍ଟିବଡି ପରୀକ୍ଷା ସହ ଡିପଥେରିଆ ବ୍ୟାକଟେରିଆର ଜିନମ ସିକ୍ୱେନ୍ସିଂ ପାଇଁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ରୋଗୀଙ୍କ ନମୁନା ପଠାଯାଇଥିବା ବେଳେ ଜିନମ ସିକ୍ୱେନ୍ସିଂ ପାଇଁ ଆଇଏଲଏସ ଏବଂ ଆଇସିଏମଆରକୁ ନମୁନା ପଠାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ନୀଳକଣ୍ଠ ମିଶ୍ର । ତେବେ ରାଜ୍ୟରେ ବର୍ତ୍ତମାନ ଡିପଥେରିଆ ସ୍ଥିତି ନିୟନ୍ତ୍ରଣରେ ରହିଛି । କୌଣସି ନୂଆ ମାମଲା ସାମ୍ନାକୁ ଆସି ନାହିଁ । ରାୟଗଡା ଡାକ୍ତରଖାନାରେ ଥିବା ସମସ୍ତ ରୋଗୀଙ୍କୁ ଘରକୁ ପଠାଯାଇଛି । ସଂକ୍ରମିତ ଜିଲ୍ଲାର ଆଖପାଖ ଜିଲ୍ଲାରେ ଥଣ୍ଡା, ଜ୍ୱର ନେଇ ସର୍ଭେଲାନ୍ସ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।