ଶ୍ରମଦାନ ଶିବିର

ବାଲିଅନ୍ତା:   କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ପକ୍ଷରୁ ଲିଙ୍ଗିପୁର-ନାଥପୁର ଘାଟରେ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସ୍ମୃତିରେ ଦୟାନଦୀରେ ସେଚ୍ଛାକୃତ ‘ଶ୍ରମଦାନ ଶିବିର' ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରମଦାନ ଶିବିରରେ ୩୦୦ରୁ ଅଧିକ ସେଚ୍ଛାସେବୀ ଯୋଗଦେଇଥିଲେ । ପ୍ରକାଶଥାଉକି ସ୍ୱାଧନତା ସଂଗ୍ରାମୀ ଭବାନୀ ପଟ୍ଟନାୟକ ମୃତୁ୍ୟ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଏହି ଶ୍ରମଦାନ ଶିବିରରେ ନିଜେ ଯୋଗଦେଇ ଘାଟ ସଫେଇ କରିବା ସହ ସେଚ୍ଛାସେବୀଙ୍କୁ ଉସôାହିତ କରୁଥିଲେ  । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉସôବରେ ଶ୍ରଦ୍ଧାଳୁମାନେ ଭସାଯାଇଥିବା ସୋଲ ଡଙ୍ଗା, ପୂଜା ସାମଗ୍ରୀ ଜିନିଷ ଆଦିକୁ ସଫା କରାଯାଇଥିଲା । କାପୋକର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ଲିଙ୍ଗିପୁର ରାଧାକାନ୍ତଦେବ ଗଣେଷ ପୂଜା କମିଟିର ସଦସ୍ୟ, ନିସାର୍ଥ ସେବା ଓଡିଶାର ସଦସ୍ୟ ଓ ମହିଳା ସେଚ୍ଛାସେବୀ ପ୍ରମୁଖ ଯୋଗଦେଇ ଏହି ଶ୍ରମଦାନ ଶିବିରରେ ଘାଟ ଓ ନଦୀ ଭିତର ତଟ ସଫେଇ କରିଥିଲେ  । ଶେଷରେ ସେଛାସେବୀଙ୍କୁ କାପୋକର ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତି, ଉପସଭାପତି ବାମଦେବ ଗଜେନ୍ଦ୍ର ଓ ରବିନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଲିସ ତଦନ୍ତ କରି ଏକ ମାମଲା ରୁଜୁ କରିବା ସହ ରାଜୀବକୁ ଗିରଫ କରି କୋର୍ଟଚାଲାଣ କରିଛି  ।