ଜିଲ୍ଲା ଶ୍ରମ ଅଧିକାରିଣୀଙ୍କ ବଦଳି ଦାବିରେ ଶ୍ରମିକଙ୍କ ଧାରଣା ଜାରି

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲା ଶ୍ରମ ଅଧିକାରିଣୀ ପ୍ରେମ ମଞ୍ଜରୀ ନାୟକଙ୍କ ବଦଳି ଦାବିରେ ଶ୍ରମିକ ୟୁନିୟନ ପକ୍ଷରୁ ଆନେ୍ଦାଳନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିଛି  । ଏଥି ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ବିଶାଳ ଶ୍ରମିକ ରାଲି ଆସି ଶ୍ରମ କାର୍ଯ୍ୟାଳୟ ଆଗରେ ପହଂଚି ଥିଲା  । ପ୍ରାୟ ୧୫ ଗୋଟି ଶ୍ରମିକ ସଂଘ ମିଳିତ ହୋଇ ଏହି ପ୍ରତିବାଦ ସଭା କରିବା ସହିତ ବଦଳି ନ ହେଲା ପର୍ଯ୍ୟନ୍ତ ଧରଣା ଚାଲିଥିବ ବୋଲି ସୂଚନା ଦିଆଯାଇଛି  । ଶ୍ରମିକ ସମନୁୟ ସମିତି ସଭାପତି ବିଭୁତି ଭୂଷଣ ପାଣିଗ୍ରାହୀ ଓ ମଜଦୁର ୟୁନିୟନ ସଭାପତି ମନୋଜ ବସନ୍ତ ରାୟଙ୍କ ଅଧ୍ୟକ୍ଷତାରେ ଆନେ୍ଦାଳନ ଚାଲିଛି  । ପ୍ରାୟ ୨ ହଜାର ମହିଳା ଉପସ୍ଥିତିରେ ବହୁ ମହିଳା ଉତେଜିତ ହୋଇ ଅଫିସରେ ଧସେଇ ପଶିଥିଲେ  । ପୁଲିସ ସମ୍ଭାଳି ଥିଲା  । ତେବେ ବଦଳି ନ ହେବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବାର ସୂଚନା ମିଳିଥିବା ବେଳେ ରାତି ପର୍ଯ୍ୟନ୍ତ ଚାଲିଛି  । ଶ୍ରମିକଙ୍କ ସରକାରୀ ପ୍ରୋସôାହନ ଦିଆ ଯାଉନଥିବା, ରିନୁ କରାଯାଉ ନ ଥିବା ବିଭିନ୍ନ ପ୍ରକାର ସମସ୍ୟା ଉତ୍ଥାପନ କରାଯାଇଛି  ।