ଲଘୁ ଖଣିଜ ଦ୍ରବ୍ୟ ପରିବହନ ବନ୍ଦକୁ ସୋର ଟ୍ରକ ମାଲିକ ସଂଘର ସମର୍ଥନ
ସୋର : ଲଘୁ ଖଣିଜ ଦ୍ରବ୍ୟ ପରିବହନ ବନ୍ଦ ନେଇ ରାଜ୍ୟ ଟ୍ରକ ମାଲିକ ସଂଘର ଆହ୍ୱାନକ୍ରମେ ସୋର ଟ୍ରକ ମାଲିକ ସଂଘ ଏହାକୁ ପୂର୍ଣ୍ଣ ସମର୍ଥନ କରିଛି । ଏଥିନେଇ ସୋର ଟ୍ରକ ମାଲିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୦ଦିନ ଧରି ଚାଲିଥିବା ବନ୍ଦକୁ ପୂର୍ଣ୍ଣ ସମର୍ଥନ କରାଯିବା ସହିତ ସୋରରେ ଏହି ବନ୍ଦକୁ ତୀବ୍ର କରାଯାଉଛି । ଅଟୋ ଠାରୁ ଆରମ୍ଭ କରି ଟ୍ରକ ପର୍ଯ୍ୟନ୍ତ ସମସ୍ତ ମାଲବାହୀ ଯାନ ବାଲି ଚିପସ୍ ଗୋଡି ଆଦି ଲଘୁ ଖଣିଜ ପରିବହନ ବନ୍ଦ ରଖିବାକୁ ସଂଘ ଦୃଢ ନିଷ୍ପତ୍ତି ନେଇଛି । ସଂଘର ଏହି ନିଷ୍ପତ୍ତିକୁ ନ ମାନିଲେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିଆଯାଇଛି । ଏହି ବୈଠକରେ ସୋର ଟ୍ରକ ମାଲିକ ସଂଘର ସଭାପତି ସ୍ମୃତିରଞ୍ଜନ ମହାନ୍ତ, ସମ୍ପାଦକ ଶ୍ରୀଧର ଦେ, ଉପସଭାପତି ଦୟାନିଧି ଜେନା ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ ।