ଜମିହରା କ୍ଷତିଗ୍ରସ୍ତ ପ୍ରଜାଙ୍କ ଗିରଫଦାରୀକୁ ନିନ୍ଦା
ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ହେଂସମୂଳ ଗ୍ରାମପଂଚାୟତର ସରପଂଚ ସମିତିସଭ୍ୟଙ୍କ ସମତେ ୧୦୨ଜଣ ଜମିହରା ଗ୍ରାମବାସୀଙ୍କୁ ପୋଲିସ୍ ଗିରଫ କରିଥିବା ପ୍ରତିବାଦରେ ନିନ୍ଦା ପ୍ରସ୍ତାବ କରିବା ସହ ଏକ ୪ଦଫା ଦାବୀ ତାଳଚେର ଉପଜିଲ୍ଳାପାଳଙ୍କୁ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି, ହେଂସମୂଳ ଗ୍ରାମପଂଚାତରେ ସମସ୍ତ ଗ୍ରାମ ଗୁଡିକର ଚାଷଜମି, ଘରଡିହ ଓ ବାସଗୃହ ଏମସିଏଲ ଳ୩ଟି ଖଣି ଯଥା ଭୂବନେଶ୍ୱରୀ, ଲିଙ୍ଗରାଜ ଓ ଅନନ୍ତ ଖଣି ନିମନ୍ତେ ଅଧିଗ୍ରହଣ କରାଯାଇ ୪୦ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଏମସିଏଲ ନିରୋବଚ୍ଛିନ୍ନଭାବେ କୋଇଲା ଉତ୍ପାଦନ କରି ଆସୁଥିଲେ ହେଁ କ୍ଷତିଗ୍ରସ୍ତ ପ୍ରଜାଙ୍କ ନିଯୁକ୍ତି ଓ କ୍ଷତିପୂରଣ ବାବଦ ରାଶିରେ ଟାଳଟୁଳି ନୀତି ଅବଲମ୍ବନ କରୁଥିବାରୁ ସେମାନେ ବାରମ୍ବାର ପ୍ରଶାସନ, କୋଇଲାଖଣି କର୍ତୁପକ୍ଷଙ୍କୁ ଅବଗତ କରାଉଥିଲେ ମଧ୍ୟ ସେମାନଙ୍କ କଥା କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଗ୍ରାମବାସୀମାନେ ଏହା ଅଭିଯୋଗ କରିଛନ୍ତି । ଗ୍ରାମର ସହସହ ଯୁବକ, ଯୁବତୀ ବେକାର ହୋଇ ବସିଥିଲେ ହେଁ ସେଠାରେ ଗ?ି ଉଠିଥିବା ସାଇଲୋରେ ଠିକାକର୍ମଚାରୀ ଭାବେ ନିଯୁକ୍ତି ଦେଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ତୁରନ୍ତ ସେମାନଙ୍କୁ ଥଇଥାନ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି । ୪ଦଫା ଦାବି ଗୁଡିକ ଅଗଣତାନ୍ତ୍ରୀକ ଭାବେ ଗିରଫ କରାଯାଇଥିବା ୧୦୨ଜଣଙ୍କୁ ତୁରନ୍ତ ଛଡାଯାଉ, ବେକାର ଯୁବକ/ଯୁବକମାନଙ୍କୁ ଭୂବନେଶ୍ୱରୀ ସାଇଲୋରେ ଠିକା ନିଯୁକ୍ତି ପ୍ରଦାନ କରାଯାଉ, ଖଣି ଅଂଚଳରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉ, ସରକାରଙ୍କ ନିୟମ ଅନୁଯାୟୀ ଖଣି ଅଂଚଳରେ ବ୍ୟବସ୍ଥିତ ଥିବା ଆରପିଡିିଏସି, ସବକମିଟି, ପିଏଲଆରଆରସି ବୈଠକ ଧାର୍ଯ୍ୟ ସମୟରେ କରାଯାଇ ସମସ୍ୟାକୁ ଯୁଦ୍ଧକାଳୀନ ଭିତରେ ସମାଧାନ କରାଯାଉ ।