ଗ୍ୟାସ ଲିକ ହୋଇ ଜଳିଗଲା ହୋଟେଲ ସାମଗ୍ରୀ
ମାଲକାନଗିରି: ଗ୍ୟାସ ଲିକ୍ ହୋଇ ଜଳିଗଲା ହୋଟେଲର ଅନେକ ସାମଗ୍ରୀ, ଅଳ୍ପକେ ବର୍ତ୍ତିଲେ ମା ପୁଅ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଏମଭି ୭୯ ଶିବମନ୍ଦିର ସମ୍ମୁଖରେ ଥିବା ମହେଶ ହୋଟେଲରେ ସକାଳୁ ହୋଟେଲ ପାଇଁ ଖାଦ୍ୟ ରୋଷେଇ କରିବା ସମୟରେ କୌଣସି କାରଣରୁ ଗ୍ୟାସ୍ ସିଲିଣ୍ଡରରେ ଲାଗିଥିବା ପାଇପ୍ଟି ଲିକ୍ ହୋଇ ହଠାତ୍ ନିଆଁ ଲାଗି ଯାଇଥିଲା । ସଙ୍ଗେ ସଙ୍ଗେ ଏମଭି ୭୯ର ବଜାର ଲୋକ ମାନେ ଏବଂ ଥାନା ଅଧିକାରୀ ସହ ପୋଲିସ କର୍ମଚାରୀ ଆସି ନିଆଁକୁ ଆୟତ କରିଥିଲେ । ପରେ କାଳିମେଳାରୁ ଅଗ୍ନିସମ ବାହିନୀ ଆସି ନିଆଁକୁ ସମ୍ପୂର୍ଣ୍ଣ ଲିଭାଇ ଥିଲେ । ତେବେ ଏହି ନିଆଁ ଲାଗିବା ଫଳରେ ହୋଟେଲରେ ଥିବା ଆସବାବ ପତ୍ର, ଚାଉଳ ସହ ବୈଦୁ୍ୟତିକ ଉପକରଣ ଜଳି ଯାଇଥିବା ବେଳେ ହୋଟେଲ କାର୍ଯ୍ୟ କରୁଥିବା ମହିଳା ପାଚି ସର୍ଦ୍ଦାର ଓ ତାଙ୍କ ପୁଅ ମହେଶ ସର୍ଦ୍ଦାର ଏଥିରେ ଅଳ୍ପକେ ବର୍ତ୍ତୀ ଯାଇଥିଲେ । ତେବେ ହୋଟେଲରେ ପ୍ରାୟ ୬୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସାମଗ୍ରୀ ଜଳି ଯାଇଥିବା ବେଳେ ଗରିବ ପରିବାର ସରକାରଙ୍କ ପାଖରେ ସାହାଯ୍ୟ ପାଇଁ ଅନୁରୋଧ କରୁଛନ୍ତି ।