ବାଘ ଚମଡା ଜବତ : ୩ ଗିରଫ

 ବାରିପଦା /ବାଙ୍ଗିରିପୋଷି/ସାରସକଣା : ବାଙ୍ଗିରିପୋଷୀ ବନାଞ୍ଚଳରେ ମାତିଛନ୍ତି ଯନ୍ତୁ ଜୀବାଂଶ ମାଫିଆ । ସମୟ ଓ ସୁଯୋଗ ମିଳିଲେ କିପରି କଲରାପତରିଆ ବାଘକୁ ମାରିବେ ସେହି ଚିନ୍ତାରେ ରହିଥିଲେ । ଯଦିଓ ବାଘକୁ ମାରି ଦେଇଛନ୍ତି କିନ୍ତୁ ଏହାକୁ ବିକ୍ରି କଲାବେଳକୁ ମାଡି ବସିଲା ବନବିଭାଗ । ବାଙ୍ଗିରିପୋଷି ରେଞ୍ଜ ବାଲିଖୋଣି ଗ୍ରାମରେ କଲରାପତରିଆ ବାଘ ଚମଡ଼ା ଜବତ କରିଛି ବନ ବିଭାଗ । ଏଥି ସହିତ ୩ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ଘଟଣାସ୍ଥଳରୁ ଜଣେ ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ସେମାନେ ବାଙ୍ଗିରିପୋଷୀ ଅଞ୍ଚଳର ଜଳଢିଆ ଓ ବଡଢିଆ ଅଞ୍ଚଳର ବୋଲି ଜଣାପଡିଛି । ତଦନ୍ତ ଜାରି ରହିଥିବାବେଳେ ଆହୁରୀ ବଡ ବଡ ମାଫିଆ ଏଥିରେ ଧରାପଡିବା ଆଶା କରାଯାଉଛି । ବନବିଭାଗ ସେମାନଙ୍କ ନାମକୁ ଗୋପନରେ ରଖି ଅନ୍ୟମାନଙ୍କୁ ଧରିବାକୁ ଯୋଜନା କରୁଛି । ଦୁଇ ବାଇକ୍ରେ ୪ ବ୍ୟବସାୟୀ ଜଙ୍ଗଲରୁ ବ୍ୟବସାୟ ନିମନ୍ତେ ଯାଉଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲା ବନ ବିଭାଗ । ୩ ଜଣଙ୍କୁ ଗିରଫ କରି ବାଙ୍ଗିରିପୋଷି ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।