କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳିତ
ଗୋଲାମୁଣ୍ଡା: ଗୋଲାମୁଣ୍ଡା ବ୍ଲକ ସଭାଗୃହରେ ୭୫ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳିତ ହୋଇଯାଇଛି । ଉକ୍ତ ସମାରୋହରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବିଡ଼ିଓ ଶ୍ରୀଧର ପଣ୍ଡା, ପୂର୍ବତ୍ତନ ଜିଲ୍ଲା ପରିଷଦ ସଦସ୍ୟ ବୃଷଭ ନାଏକ, ଦଶପୁର ସମିତି ସଭ୍ୟ ଦୁର୍ଗେ ସାହୁ, ମହାଳିଙ୍ଗ ସମିତି ସଭ୍ୟ କିରଣ ସିଂ, ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀ ଦେବୀଙ୍କ ଫଟୋ ମୂର୍ତ୍ତିକୁ ପୂଜାକରି ଶେଷରେ କଳାହାଣ୍ଡି ଗଠନ ଦିବସ ଉପରେ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିମାନେ କଳାହାଣ୍ଡି ଗଠନ କରି କଳାହାଣ୍ଡି ବୋଲି ନାମ କରଣ ଦିଆଗଲା । ଏନେଇ ଏକ ସଂକ୍ଷିପ୍ତ ସମ୍ୟକ ଭାଷଣ ରଖିଥିଲେ । କଳାହାଣ୍ଡି ଗଠନ ଉପରେ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓଙ୍କ ମୁଖ୍ୟ ଭୂମିକା ଥିଲା । ସେ କଟକ ଐତିହାସିକ ଲାଳବାଗ କୋଠିରେ ଏକ ମିଶ୍ରଣ ଚୁକ୍ତିରେ ଯୋଗଦେଇ କଳାହାଣ୍ଡି ଜିଲ୍ଲା ମାନ୍ୟତା ପାଇଁ ସ୍ୱାକ୍ଷର କରିଥିଲେ । ଏହାର ଠିକ ଏକବର୍ଷ ଦଶମାସ ପରେ ୧୯୪୯ ମସିହା ନଭେମ୍ବର ପହିଲାରେ ଏକ ସ୍ୱତନ୍ତ୍ର ଜିଲ୍ଲାର ପରିଚୟ ଲାଭ କରିଥିଲା । କଳାହାଣ୍ଡିରେ ଅନେକ କଲା ସଂସ୍କୃତି ଭରପୁର ଥିବାରୁ ଏହି ଜିଲ୍ଲାକୁ କଳାହାଣ୍ଡି ବୋଲି ନାମ କରଣ କରାଯାଇଥିଲା । ସେହିପରି ପରବର୍ତ୍ତୀ ସମୟରେ କାଶୀପୁର ମଧ୍ୟ କଳାହାଣ୍ଡିରୁ ପୃଥକ ହୋଇ କୋରାପୁଟରେ ମିଶିଥିଲା ।୧୯୯୩ ମସିହାରେ ଓଡିଶା ସରକାରଙ୍କ ଅନୁମୋଦନକ୍ରମେ ନୂଆପଡା ଜିଲ୍ଲା ପୁନର୍ଗଠନ ମାନ୍ୟତା ପାଇଥିଲା । ବର୍ତ୍ତମାନ ଧର୍ମଗଡ଼ ଓ ଭବାନୀପାଟଣା ସବଡ଼ିଭିଜନକୁନେଇ କଳାହାଣ୍ଡି ଜିଲ୍ଲା ବଳବତ୍ତର ରହିଛି । ଉକ୍ତ କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି, ଏମ୍ବିକେ, ସିଆରପି ସହ ଅନେକ ମହିଳା ଯୋଗ ଦେଇଥିଲେ ।