ଚୋରି ଅଭିଯୋଗରେ ଦୁଇ ଗିରଫ
ବାରଙ୍ଗ,: ବାରଙ୍ଗ ଥାନା ପୁଲିସ ଚୋରି ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ, ବାରଙ୍ଗ ଥାନା ଅନ୍ତର୍ଗତ ପଦ୍ମନାଭନଗର ବଜାର ଛକରେ ଥିବା ଗୋପାଳ ଇନ୍ଫା ନାମକ ମାର୍ବଲ ଦୋକାନରୁ ବିଭିନ୍ନ ଘରୋଇ ଉପକରଣ ଗତ ୯ତାରିଖ ରାତିରେ ଚୋରି ହୋଇଥିବା ନେଇ ଦୋକାନ ମାଲିକ ବିଜୟ କୁମାର ବଳ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏବଂ ଗତ ସୋମବାର ରାତିରେ ଉକ୍ତ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ଭୋଇସାହି କ୍ଲବ ଘରୁ ଅଭିଯୁକ୍ତ ସିନୁ ଭୋଇ(୨୩)କୁ ଗିରଫ କରିଥିଲା । ଏହା ସହିତ ଅଭିଯୁକ୍ତ ସିନୁଆ ଚୋରି ସାମଗ୍ରୀ ଷଣଢପୁର ସ୍ଥିତ ଏକ କବାଡିବାଲାକୁ ବିକ୍ରି କରିଥିବାର ପୁଲିସ ଆଗରେ ସ୍ୱୀକାର କରିଥିଲା । ବାରଙ୍ଗ ପୁଲିସ ଚୋରି ସାମଗ୍ରୀ ରଖିଥିବା ଆଧାରରେ ଅଭିଯୁକ୍ତ ସିନୁ ସହିତ କବାଡିବାଲା ରବି ଗୁପ୍ତା(୨୨)ଗିରଫ କରି ୪୩୬/୨୪କେଶ ନମ୍ୱରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ।