୧୦ ଲକ୍ଷ ଟଙ୍କାର ନିଶା ସିରପ୍ ସହ ୨୦ ଗିରଫ 

ସମ୍ବଲପୁର,: ଜିଲ୍ଲାର ସଦର ଥାନା ଅନ୍ତର୍ଗତ କୁଦୋପାଲି ଠାରେ ଆଜି ଚଢ଼ଉ କରାଯାଇ ପୁଲିସ ପକ୍ଷରୁ ୨୨୭୨ ବୋତଲ ଉଇନ୍ସେରେକ୍ସ ନିଶା ସିରଫ୍ ଜବତ କରାଯାଇଛି । ଏହାକୁ ୨୦ଟି କାର୍ଟୁନ୍ରେ ରଖାଯାଇ ଖୁଚୁରା ବେପାରୀମାନଙ୍କୁ ବିକ୍ରି ଉଦ୍ୟମ ହେଉଥିବା ବେଳେ ସଦର ଥାନା ପୋଲିସ ପହଞ୍ଚô ଧରପଗଡ଼ କରିଥିଲା । ଅତିରିକ୍ତ ଏସ୍ପି କହିଥିଲେ ଯେ, ଏସ୍ଆଇ ଡିକେ ବେହେରାଙ୍କ ନେତୃତ୍ୱରେ ଆଜି ସଦର ଥାନାର ଏକ ଟିମ୍ ପାଟ୍ରୋଲିଂ କରୁଥିଲେ ।  ଏହି ସମୟରେ ପଶ୍ଚିମବଙ୍ଗରୁ ଅଣା ଯାଇଥିବା ବିପୁଳ ପରିମାଣର ନିଶା ସିରଫ୍ ଭାଗବଣ୍ଟା କରାଯାଉଥିବା ସୂଚନା ପୋଲିସ ଟିମ୍ କୁଦୋପାଲିରେ ପହଞ୍ଚô ଥିଲେ ।  ଏଠାରେ ଏକ ନମ୍ବରବିହୀନ  ପଶ୍ଚିମବଙ୍ଗର ଟାଟାଏସିଇ ଚାରି ଚକିଆ ଗାଡ଼ିରୁ ନିଶା ମାଫିଆମାନେ ନିଶା ବେପାରୀମାନଙ୍କୁ ବଜାରରେ ବିକ୍ରି କରିବା ପାଇଁ ଦେଉଥିଲେ । ପରେ ଏକ୍ଜିକୁ୍ୟଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଏହି ସବୁ ବେଆଇନ ନିଶା ସିରଫ୍ ଜବତ କରାଯାଇ ୨୦ ଜଣଙ୍କୁ ଗିରଫ କରାଯାଇଥିଲା । ଏଥି ସହ ଘଟଣାସ୍ଥଳରୁ ଏକ ସୁଇଫ୍ଟ ଡିଜାଇର୍ କାର୍, ତିନୋଟି ସ୍କୁଟର, ଗୋଟିଏ ବାଇକ୍, ୧୧ଟି ମୋବାଇଲ ଫୋନ୍ ଏବଂ ନଗଦ ୧୭ ହଜାର ଟଙ୍କା ଜବତ କରାଯାଇଥିଲା ବୋଲି ଶ୍ରୀ ପାଣ୍ଡେ କହିଛନ୍ତି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୧୦ ଜଣଙ୍କ ନାମରେ ବିଭିନ୍ନ ଥାନାରେ ୭ ରୁ ୧୦ଟି ଲେଖାଏଁ ଅପରାଧ ମାମଲା ରହିଛି । ଏହି ପେଶାଦାର ଅଭିଯୁକ୍ତମାନେ ହେଲେ ଅଭିଷେକ ମେହେର, ଆକାଶ ବେହେରା, ଗୁଣସାଗର ସାହୁ, ଶିବୁ ଓରାମ୍, ସୁରଜ ମିର୍ଦ୍ଧା, ସଲମାନ୍ ଅଲ୍ଲୀ, ଏସ୍. ମହାନନ୍ଦ, ଅମିତ ସାହୁ ପ୍ରମୁଖ  ରହିଛନ୍ତି । ଆଜିର ଘଟଣାରେ ଗିରଫ ଅଭିଯୁକ୍ତମାନଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ । ପୂର୍ବରୁ ବିପୁଳ ପରିମାଣର ନିଶା ସିରଫ୍ ସହ ୩୫ ଜଣଙ୍କୁ ଗିରଫ କରାଯାଇଥିଲା । ତନ୍ମଧ୍ୟରୁ ୧୭ ଜଣ କାରାଗାରରେ ଅଛନ୍ତି ବୋଲି ସେ କହିଥିଲେ ।