ଓଡ଼ିଶାର ରଙ୍ଗମଞ୍ଚ ଓ କଳାବିକାଶ କେନ୍ଦ୍ର 


ଉକ୍ରଳୀୟ ମଞ୍ଚର ପ୍ରାଚୀନତାର ନିଦର୍ଶନ ଆମେ ପାଇଥାଉ ଉଦୟଗିରିର ରାଣୀଗୁମ୍ଫାରେ ଥିବା ସମ୍ରାଟ ଖାରବେଳଙ୍କର ଏକ ଶିଳାଲିପି ଓ ଖୋଦିତ ଚିତ୍ରରୁ । ଖ୍ରୀଷ୍ଟୀୟ ନବମ ଶତାବ୍ଦୀରୁ ଉକ୍ରଳୀୟ ସଂସ୍କୃତ ରଙ୍ଗମଞ୍ଚ ବିକାଶର ନିଦର୍ଶନ ଆମେ ପାଇଥାଉ । ମୁରାରୀ ମିଶ୍ର ଅନର୍ଘ ରାଘବ ନାଟକ ଲେଖି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ତାହା ମଞ୍ଚସ୍ଥ କରିଥିଲେ । ଜାତିର କଳାସଂସ୍କୃତିର ପରିଚୟ ମିଳିଥାଏ ତାର ରଙ୍ଗମଞ୍ଚରୁ ସେଇଥିପାଇଁ କୁହାଯାଏ "ଏ ନେସନ ଇଜ ନୋନ୍ ବାୟ ଇଟସ୍ ଥିଏଟର' । ନାଟ୍ୟ ଶାସ୍ତ୍ର ପ୍ରଣେତା ଭରତ ତିନି ପ୍ରକାର ମଞ୍ଚର ନିଦେ୍ର୍ଦଶ କରିଯାଇଛନ୍ତି । ସେଗୁଡ଼ିକ ହେଉଛି ବିକୃଷ୍ଟ, ଚର୍ତୁସ୍ର ଓ ତ୍ରସ୍ୟ । ଭାରତର ସର୍ବପ୍ରଥମ ରଙ୍ଗମଞ୍ଚ କଲିକତାରେ ୧୭୫୬ରେ ଗଢ଼ି ଉଠିଥିଲା । ଓଡ଼ିଶାରେ ରଙ୍ଗମଞ୍ଚର ଇତିହାସକୁ ତିନି ଭାଗରେ ବିଭକ୍ତ କରାଯାଇପାରେ । ତାହା ହେଉଛି ସ୍ଥାୟୀ, ଅସ୍ଥାୟୀ ଓ ସୌଖିନ ରଙ୍ଗମଞ୍ଚ । ଓଡ଼ିଶାରେ ରଙ୍ଗମଞ୍ଚର ଇତିହାସ ଖୋଜିଲେ ୧୮୭୨ ମସିହାରେ କଟକ ମିଶନ ସ୍କୁଲରେ ଇଂରାଜୀ ନାଟକ ଅଭିନୀତ ହୋଇଥିବା ନେଇ ଉକ୍ରଳ ଦୀପିକାରେ ବର୍ଣ୍ଣନା ହୋଇଛି । ତେବେ ୧୮୭୫-୭୬ ବେଳକୁ ଏଠାରେ ଏକ ଅସ୍ଥାୟୀ ମଞ୍ଚ ଗଠନ ହେବା ପରେ କଟକ ମୁ୍ୟନିସିପାଲଟି ହତାରେ ସର୍ବପ୍ରଥମେ ୧୮୭୬-୭୭ ସମୟରେ ବମ୍ବେର ପାର୍ସି ରିପନ ଓ ସାଙ୍ଗଲୀ ଥିଏଟର୍ସ ନାଟକ ପ୍ରଦର୍ଶନ କରିଥିଲେ । ତେବେ ୧୮୮୩ ବେଳକୁ ଧରାବାର ହିନ୍ଦୀ ଥିଏଟର୍ସ କମ୍ପାନୀ କଟକରେ ଏକ ରଙ୍ଗଶାଳା ନିର୍ମାଣ କରି ନାଟକ ଅଭିନୟ କରାଇଥିଲେ । ୧୮୮୧ରେ କାଞ୍ଚô କାବେରୀ ଓ ୧୮୮୨ରେ ମହୀଦାସ ବଜାରର ହାରାଧାନ ଘୋଷଙ୍କ ବାସଗୃହରେ ମଞ୍ଚସ୍ଥ ହୋଇଥିଲା ନାଟକ "ବନମାଳା' । ସେହିପରି ୧୮୮୩ରେ କାଳୀପଦ ବନେ୍ଦାପାଧ୍ୟାୟଙ୍କ ଗୃହରେ "କଳିକାଳ', ୧୮୮୪ରେ ପୁରୀ ହିନ୍ଦୁ ଥିଏଟରରେ ମଞ୍ଚସ୍ଥ ହୋଇଥିଲା ନାଟକ "ରାମାଭିଷେକ', ୧୮୮୫ରେ ଶ୍ରୀପଞ୍ଚମୀ ତିଥିରେ କଟକ ଜିଲ୍ଲାର କୋଠପଦା ଗ୍ରାମରେ ଏକ ସ୍ଥାୟୀ ମଞ୍ଚ ପ୍ରତିଷ୍ଠା ହୋଇ "କାଞ୍ଚô କାବେରୀ' ପ୍ରଦର୍ଶିତ ହୋଇଥିଲା ।
ବାରବାଟୀ କିଲ୍ଲା ଠାରେ ୧୮୭୭ରେ ନାଟକ "ଇଂରାଜୀ', ୧୮୮୯ରେ କଟକର ରଘୁନାଥପୁର ଠାରେ ନାରାୟଣ ମିଶ୍ରଙ୍କ "ସୀତା ବନବାସ' ପ୍ରଦର୍ଶିତ ହୋଇଥିଲା । ୧୮୮୯ରେ କଟକରେ ନାଟକ "ପ୍ରହ୍ଲାଦ', ୧୮୮୭ରେ ମଧୁସୂଦନ ଦାସଙ୍କ ଘରେ ବଙ୍ଗଳା ନାଟକ "ହରିଶ୍ଚନ୍ଦ୍ର' ଅଭିନୀତ ହୋଇଥିଲା । ୧୮୭୫ରେ କଳା ଓ ସାଧନାର କ୍ଷେତ୍ର ମାହାଙ୍ଗା ଠାରେ ଜଗମୋହନ ଲାଲା ରାଧାକାନ୍ତ ରଙ୍ଗମଞ୍ଚ ପ୍ରତିଷ୍ଠା କରି ଓଡ଼ିଆ ଓ ବଙ୍ଗାଳୀ ନାଟକ ଅଭିନୀତ କରାଉଥିଲେ । ତେବେ ୧୮୮୭ ବେଳକୁ ମଧୁସୂଦନ ଦାସଙ୍କ ଘରେ ସ୍ଥାୟୀ ମଞ୍ଚ ଓ କଟକର ପ୍ରଖ୍ୟାତ ଜମିଦାର ଲକ୍ଷ୍ମୀନାରାୟଣ ଚୌଧୁରୀଙ୍କ ନିଜ ଘରେ ନାଟକ ପାଇଁ ରଙ୍ଗମଞ୍ଚ ତିଆରି କରିଥିଲେ । କଟକର ବିନୋଦବିହାରୀରେ ୧୮୯୮ରେ "ବୀଣାପାଣୀ ଥିଏଟର' ପ୍ରତିଷ୍ଠା ହୋଇଥିଲା । ଦକ୍ଷିଣ ଓଡ଼ିଶାର ପ୍ରଥମ ସ୍ଥାୟୀ ମଞ୍ଚ ୧୮୯୭ରେ ପ୍ରତିଷ୍ଠା ହୋଇଥିଲା ଏହାର ନାମ ଥିଲା "ପଦ୍ମନାଭ ରଙ୍ଗାଳୟ' ସେହିପରି ପରବର୍ତ୍ତୀ ସମୟରେ ୧୯୧୦ ବେଳକୁ ଜମିଦାର କୁଞ୍ଜବିହାରୀ ଘୋଷଙ୍କ ଉଦ୍ୟମରେ ବାସନ୍ତୀ ରଙ୍ଗମଞ୍ଚ, କଟକର ବାଙ୍କା ବଜାରର ରଜନୀକାନ୍ତ ବିଶ୍ୱାଳଙ୍କ ଉଦ୍ୟମରେ ୧୯୧୩ରେ "ଉଷା ପେଣ୍ଡାଲ' ଓ ପୁରୀ ଜିଲ୍ଲାର ବନମାଳି ପତିଙ୍କ ଉଦ୍ୟମରେ ୧୯୧୧ ମସିହାରେ ବଳଙ୍ଗା ଠାରେ ପ୍ରତିଷ୍ଠିତ ହୁଏ ଓଡ଼ିଶାର ପ୍ରଥମ ବ୍ୟବସାୟିକ ରଙ୍ଗମଞ୍ଚ "ରାଧାକୃଷ୍ଣ ଥିଏଟର' । ସେହିପରି ୧୯୩୫ରେ ବ୍ରହ୍ମପୁରର ସାରଥି ସାହୁଙ୍କ ପ୍ରଚେଷ୍ଟାରେ "ସାରଥି ଥିଏଟର' ୧୯୩୫ ମସିହାରେ ଗଢ଼ି ଉଠିଥିବାବେଳେ ସୋମନାଥ ଦାସଙ୍କ ପ୍ରଚେଷ୍ଟାରେ ୧୯୩୩ରେ "ଅନ୍ନପୂର୍ଣ୍ଣା ନାଟ୍ୟମଣ୍ଡଳୀ' ଓ ୧୯୪୫ରେ କଟକରେ "ଅନ୍ନପୂର୍ଣ୍ଣ ବି ଗ୍ରୁପ' ମଞ୍ଚ ତିଆରି ହୁଏ । ଏହି ଅନ୍ନପୂର୍ଣ୍ଣା ଥିଏଟରଟି ୧୯୩୯ରେ ବଙ୍ଗଳା ନାଟ୍ୟକାର ଜଳନ୍ଧର ଚଟ୍ଟୋପାଧ୍ୟାୟଙ୍କ ନାଟକ "ପିଡବ୍ଲୁଡ଼ି'ର ଓଡ଼ିଆ ଅନୁବାଦ ମଞ୍ଚସ୍ଥ କରିଥିଲେ ।
୧୯୨୯ରେ କାଳୀଚରଣ ପଟ୍ଟନାୟକଙ୍କ "ସାକ୍ଷୀଗୋପାଳ ନାଟ୍ୟ ସଂଘ', ୧୯୪୨ରେ କଟକ ମାଣିକଘୋଷ ବଜାରରେ "ଭାରତୀୟ ଥିଏଟର', ୧୯୪୪ରେ "ନୁ୍ୟ ଓଡ଼ିଶା ଥିଏଟର', ୧୯୪୧ରେ କଟକର ଧର୍ମଶାଳା ଠାରେ ଯୋଗୀନାଥ ପଣ୍ଡାଙ୍କ "ଦୁର୍ଗାମଣି ଥିଏଟର', ୧୯୪୬ରେ ଜଗନ୍ନାଥ ମହାନ୍ତିଙ୍କ  ପ୍ରଚେଷ୍ଟାରେ "ଜଗନ୍ନାଥ ଥିଏଟର', ୧୯୪୬ରେ ବରଗଡ଼ର ଅପର୍ତ୍ତି ପାଣିଗ୍ରାହୀଙ୍କ ପ୍ରଚେଷ୍ଟାରେ "ନାଟ୍ୟ ମନ୍ଦିର', ୧୯୨୩ରେ ରଣପୁରରେ "ରଣପୁର ରଙ୍ଗମଞ୍ଚ' ସେହିପରି କଟକର ବଢ଼େଇସାହିରେ "ସୌଖିନୀ ରଙ୍ଗମଞ୍ଚ' ଭାବେ ୧୯୧୯ ମସିହାରେ "ବୀଣାପାଣି କ୍ଲବ', ୧୯୨୨ରେ  କାଠଗଡ଼ା ସାହିର "ଉମାକାନ୍ତ ସମିତି', ୧୯୨୬ରେ "ଅମଲା କ୍ଲବ', ୧୯୨୪ରେ "ଜୁନୟର ଆମେଚର କ୍ଲବ', ୧୯୨୮ରେ "ପିଡବ୍ଲୁ୍ୟଡି କ୍ଲବ' ପ୍ରମୁଖ । ତେବେ ୧୯୪୬-୪୭ ସମୟରେ କଟକରେ "ରୂପଶ୍ରୀ ଥିଏଟର' ସୁରେନ୍ଦ୍ରନାଥ ଦାସଙ୍କ ପରିଚାଳନାରେ ଗଢ଼ି ଉଠିଥିଲା । ୧୯୫୩ ଅକ୍ଟୋବର ୧୬ ତାରିଖରେ ସେ ସମୟରେ ବେଶ ନାଁ କମେଇଥିବା ରଙ୍ଗମଞ୍ଚ ଭାବେ "ଜନତା ରଙ୍ଗମଞ୍ଚ' ଗଢ଼ି ଉଠିଥିଲା । ସେହିପରି ୧୯୬୬ ଅପ୍ରେଲ ୧୮ ତାରିଖରେ "କଳାଶ୍ରୀ ଥିଏଟର' ଗଢ଼ି ଉଠିଥିଲା । ଓଡ଼ିଶାର ସୌଖିନ ନାଟ୍ୟ ସଂସ୍ଥା ଗୁଡ଼ିକ ମଧ୍ୟ ନାଟକକୁ ବଞ୍ଚାଇ ରଖିବାକୁ ଉଦ୍ୟମ କରିଛନ୍ତି । ୧୯୬୪ରେ କଟକର "ସୃଜନୀ', ୧୯୭୦ରେ ଭୁବନେଶ୍ୱରର "ସଂକେତ', ୧୯୬୫ରେ ରାଉରକେଲାର "ଲାଇଫ ଆଣ୍ଡ ରିଦିମ୍', ୧୯୬୮ର "କଳିଙ୍ଗ କଳା ପରିଷଦ' ଓ କଟକର "ଫ୍ରେଣ୍ଡସ ୟୁନିୟନ ୟୁନାଇଟେଡ ଆର୍ଟିଷ୍ଟ' ପ୍ରମୁଖ । ଓଡ଼ିଆର ନାଟକ, ଲୋକନାଟକ ଆମ ଜନଜୀବନର ବାସ୍ତବ ଜୀବନ ଚିତ୍ର । 
କଳାବିକାଶ କେନ୍ଦ୍ରର ସେ ସମୟର ବିଶେଷକରି ପ୍ରଥମ ପାଠ୍ୟକ୍ରମ ବ୍ୟାଚର କଥା ସମ୍ପର୍କରେ ଉଲ୍ଲେଖ କରୁଛୁ । ଆଜିର ପ୍ରସିଦ୍ଧ ସଂଗୀତ ସାଧକ ଭାବେ ସ୍ୱୀକୃତ ପାଇଥିବା ରାଖାଲ ଚନ୍ଦ୍ର ମହାନ୍ତି, ଭିକାରୀ ଚରଣ ବଳ, ଅର୍ଜ୍ଜୁନ ଚରଣ ସାମଲ, ରଘୁନାଥ ନନ୍ଦ, ଅକ୍ଷୟ ମହାନ୍ତି, ଡକ୍ଟର ମନୋରଞ୍ଜନ ପୃଷ୍ଟି, ନବୀନ ଚନ୍ଦ୍ର ପଟ୍ଟନାୟକ ଓ ଇନ୍ଦିରା ରାୟ ପ୍ରମୁଖ ହେଉଛନ୍ତି ପ୍ରମୁଖ ପାଠ୍ୟକ୍ରମର ଛାତ୍ରଛାତ୍ରୀ । ସେହିପରି କେନ୍ଦ୍ରର ପ୍ରଚେଷ୍ଟାରେ ମାୟାଧର ରାଉତଙ୍କୁ ଓ ନବଘନ ମିଶ୍ରଙ୍କୁ ତକ୍ରାଳୀନ ମାନ୍ଦ୍ରାଜର କଳାକେନ୍ଦ୍ର ଓ ଲକ୍ଷ୍ନୌର ମରିସ କଲେଜକୁ ନୃତ୍ୟ ଓ ବେହେଲାରେ ଉଚ୍ଚଶିକ୍ଷା ପାଇଁ ପଠାଯାଇଥିଲା । ଶ୍ରୀମତୀ କୁମକୁମ ମହାନ୍ତି କଳାବିକାଶ କେନ୍ଦ୍ରର ଛାତ୍ରୀ । କଳାବିକାଶ କେନ୍ଦ୍ରରେ ଓଡ଼ିଶୀ ନୃତ୍ୟ, ଓଡ଼ିଶୀ କଣ୍ଠ ସଂଗୀତ, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ କଣ୍ଠ ସଂଗୀତ, ଭାଓଲିନ, ଗୀତାର, ତବଲା, ସୁଗମ ସଙ୍ଗୀତ ପରି ସାତଟି ବିଭାଗ ରହିଛି । ସେହିପରି ୧୯୮୪ ମସିହାରୁ ଚାରୁକଳା ଶିକ୍ଷା ନିମିତ୍ତ ଚମ୍ପକ ଲାଲ ମେହେଟ୍ଟା ଚାରୁ କଳା କେନ୍ଦ୍ର ସ୍ଥାପିତ ହୋଇଛି । ଏସବୁ ପାଠ୍ୟକ୍ରମର ସମୟ ସୀମା ହେଉଛି ଛଅ ବର୍ଷ । 
ସ୍ୱାଧୀନତା ପାଇବା ପରେ ଓଡ଼ିଶୀ ନୃତ୍ୟ ସଂଗୀତର ହଜିଯାଇଥିବା ଗୌରବକୁ ପୁଣି ଫେରାଇ ଆଣି ଓଡ଼ିଶାର ସାଂସ୍କୃତିକ ପୁନର୍ଜାଗରଣର ଏକ ଉକ୍ରୃଷ୍ଟ ଗବେଷଣା କେନ୍ଦ୍ର ହେଉଛି କଳାବିକାଶ କେନ୍ଦ୍ର । ଏଠାରେ କର୍ମଜୀବୀ ମହିଳାଙ୍କ ରହଣି ପାଇଁ ତୃପ୍ତିଘୋଷ କର୍ମଜୀବୀ ମହିଳା ନିବାସ ରହିଛି । କେନ୍ଦ୍ରର ନୃତ୍ୟରେ ବିଶେଷ ପାରଦର୍ଶିତା ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉଚ୍ଚତର ତାଲିମ କାର୍ଯ୍ୟକ୍ରମ ଗ୍ରହଣ କେନ୍ଦ୍ର ରହିଛି ଏହି କେନ୍ଦ୍ର ତରଫରୁ ବିଭିନ୍ନ ଶିକ୍ଷା ଶିବିର ଅନୁଷ୍ଠିତ ହୋଇଥାଏ । କଳାବିକାଶ କେନ୍ଦ୍ରରେ ଓଡ଼ିଶାର ପଲ୍ଲୀ ଅଞ୍ଚଳରେ ବ୍ୟବହୃତ ଓ ବିଶେଷ ପ୍ରକାର ବାଦ୍ୟ ଯନ୍ତ୍ର, ବେଶ ପୋଷକ ଅଳଙ୍କାର ଓ ଅନ୍ୟାନ୍ୟ ବୈଶିଷ୍ଠ୍ୟପୂର୍ଣ୍ଣ କଳା ସାମଗ୍ରୀର ଏକ ଛୋଟ ସଂଗ୍ରାହଳୟ ରହିଛି । କଳାବିକାଶ କେନ୍ଦ୍ର ଟ୍ରଷ୍ଟ ଅଧୀନରେ ଏକ ପରାମର୍ଶ ଦାତା କମିଟି ଦୈନନ୍ଦିନ ସମସ୍ତ କାର୍ଯ୍ୟ ପରିଚାଳନା କରିଥାଏ । କଳାବିକାଶ କେନ୍ଦ୍ରର ପ୍ରାଣ ପ୍ରତିଷ୍ଠାତା ବାବୁଲାଲ ଯୋଶୀଙ୍କ ସେପ୍ଟେମ୍ବର ୨୫, ୧୯୮୩ ମସିହାରେ ପରଲୋକ ହୋଇଥିଲା । 
୧୯୧୮ ମଇ ୩୧ ତାରିଖରେ ଗୁଜୁରାଟର ମହୁଆରେ ଜନ୍ମ ନେଇଥିବା ଏହି କଳାପ୍ରେମୀ ବ୍ୟକ୍ତି ଜଣଙ୍କ ସର୍ବପ୍ରଥମେ ଓଡ଼ିଶାର ମୋହନ ଗୋସ୍ୱାମୀଙ୍କ ରାହାସ ଦଳ ଓ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଓଡ଼ିଶା ଥିଏଟରର ନାଟକ ଦେଖି ଆକୃଷ୍ଟ ହୁଅନ୍ତି ଓଡ଼ିଶାରେ ଏକ କଳା ପ୍ରତିଷ୍ଠାନ ଗଠନ କରିବା ପାଇଁ । ତାଙ୍କରି ସତ୍ୟନିଷ୍ଠ ଓ ସଂକଳ୍ପପୂର୍ଣ୍ଣ ସାଧନା ପାଇଁ କଳାବିକାଶ କେନ୍ଦ୍ର ପ୍ରତିଷ୍ଠା ହୋଇପାରିଥିଲା । ତାଙ୍କ ସାଧନା ଏପରି ତୀବ୍ର ଥିଲା ଯେ ଯାହା ଏକ ଲେଖନୀ ଜଣାପଡ଼ିଛି ଏହି କଳାବିକାଶ କେନ୍ଦ୍ର ନିର୍ମାଣ ପାଇଁ ଅର୍ଥ ଓ ସମ୍ବଳର ଅଭାବ ଥିବାରୁ ସେ ଏକ ପ୍ରକାର ବଜ୍ର ଶପଥ ନେଇଥିଲେ ଯେ ଯେଉଁ ପର୍ଯ୍ୟନ୍ତ କେନ୍ଦ୍ରର ଗୃହ ନିର୍ମାଣ ନ ହୋଇଛି ସେ ପର୍ଯ୍ୟନ୍ତ ମୁଁ ଆଦୌ ଯୋତା ମାଡ଼ିବି ନାହିଁ କି ଗଦିରେ ଶୋଇବି ନାହିଁ ଏବଂ ପ୍ରତିଦିନ ଅନ୍ତତଃ ପକ୍ଷେ କେନ୍ଦ୍ରର ନିର୍ମାଣ ପାଇଁ ଶହେଟଙ୍କା ସହଯୋଗ ରାଶି ସଂଗ୍ରହ କରିବି । ଏହିପରି ଭାବରେ ସେ ସମର୍ପିତ ଭାବନା ନେଇ କଳାବିକାଶ କେନ୍ଦ୍ର ସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ୧୯୬୧ ମସିହା ବେଳକୁ ରାଜସ୍ୱ ବିଭାଗର ସଚିବ ଥିବା ଏସ.କେ. ଘୋଷ ସହଯୋଗ ପ୍ରଦାନ କରି ତକ୍ରାଳୀନ ରାଜସ୍ୱ ମନ୍ତ୍ରୀ ସଦାଶିବ ତ୍ରିପାଠୀ ସରକାରୀ ଜାଗା ପାଇଁ ଲିଜ ସୂତ୍ର ନିମିତ୍ତ ସହଯୋଗ ରଖିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ତାଙ୍କ ପତ୍ନୀ ତୃପ୍ତି ଘୋଷ ଥିଲେ କଳାବିକାଶ କେନ୍ଦ୍ରର ଜଣେ ସଭ୍ୟା । କଳାବିକାଶ କେନ୍ଦ୍ର କେବଳ ଓଡ଼ିଶାର ନୃତ୍ୟ କଳା କେନ୍ଦ୍ରର ଏକ ପ୍ରମୁଖ କ୍ଷେତ୍ର ନହଁ ବରଂ ଏହା ବିଶ୍ୱର କଳା ଓ ଗୌରବ କୃତି କ୍ଷେତ୍ରର ଏକ ପ୍ରମୁଖ ଅନୁଷ୍ଠାନ । 
ମୋ : ୯୪୩୭୧୪୨୭୧୭