ପ୍ଲମ୍ବର୍ସ ୟୁନିୟନର ବାର୍ଷିକ ଅଧିବେଶନ
ପୁରୀ: ପ୍ଲମ୍ବର ୟୁନିୟନ୍ ସିଆଇଟିୟୁ ୧୪ତମ ବାର୍ଷିକ ଅଧିବେଶନ ଉଦ୍ଘାଟିତ ହୋଇଛି । ଅଧିବେଶନକୁ ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ । ସିଆଇଟିୟୁର ଜିଲ୍ଲା ସମ୍ପାଦକ ଶରତ ରାୟଗୁରୁ ସମ୍ମାନିତଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଶ୍ରମ ଦପ୍ତରକୁ କାର୍ଯ୍ୟକ୍ଷମ ନ କରିବା, ପଞ୍ଜିକରଣ ଓ ସହାୟତା ରାଶି ପାଇଁ ଦରଖାସ୍ତ କରିବାରେ ଏତେ ଜଟିଳ କରିଛନ୍ତି ଯେ, ସମସ୍ତ ନିର୍ମାଣ ଶ୍ରମିକ ସେମାନଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚôତ ହେଉଛନ୍ତି । ସମସ୍ତ ନିର୍ମାଣ ଶ୍ରମିକ ସିଆଇଟିୟୁ ପତକା ତଳେ ଐକ୍ୟବଦ୍ଧ ହେବା ପାଇଁ ସେ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ନିର୍ମାଣ କ୍ଷେତ୍ରରେ କାମ କରୁଥିବା ପ୍ଲମ୍ବର ଶ୍ରମିକମାନେ ସରକାରୀ ନିୟମ ମୁତାବକ ସହାୟତା ରାଶି ପାଇବାରୁ ବଞ୍ଚô ହେବା ଏହା ସହିତ ସାମାଜିକ ନିରାପତ୍ତା, ପେନସନ୍, ସରଞ୍ଜାମ ପାଇଁ ଅର୍ଥରାଶୀ, ଦୁର୍ଘଟଣାରେ ପିଡ଼ିତଙ୍କ ପାଇଁ ସହାୟତା, ଛାତ୍ରବୃତ୍ତି ନ ମିଳିବା, ଦରଖାସ୍ତ କରିବା ଧାରା କଷ୍ଟକର ବ୍ୟାପାର ଯୋଗୁଁ ଲୋକେ ଦିନଦିନ ଧରି ଜନସେବା କେନ୍ଦ୍ରକୁ ଦଉଡ଼ିବା ସାର ହେଉଛି । ମଜୁରୀ ହରାଇ ଶେଷରେ ଲୋକମାନେ ବିଫଳ ହେଉଛନ୍ତି । ଏହା ବିରୁଦ୍ଧରେ ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯିବା ପାଇଁ ବାର୍ଷିକ ଅଧିବେଶନ ଅବସରରେ ପ୍ରସ୍ତାବ ଗୃହିତ ହୋଇଛି । ଏହି ଅଧିବେଶନରେ ସିଆଇଟିୟୁର ସଭାପତି ସୁଶୀଲ ସାହୁ, ସମ୍ପାଦକ ପ୍ରଭାକର ଦାସ, ଉମେଶ ଜେନା, ବିଜୟ ପରିଡ଼ା, ନିତେଇ କର, ସୌମିତ ମିଶ୍ର, ଲକ୍ଷ୍ମୀକ୍ଷର ସାହୁ, ହେମନ୍ତ ସାମଲ, ସରୋଜ ମିଶ୍ର ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ ନିଜସ୍ୱ ମତ ଉପସ୍ଥାପନ କରିଥିଲେ । ଅଭିମନୁ୍ୟ ମୁଦୁଲି, ଗୋବର୍ଦ୍ଧନ ସାହୁ, ଧନେଶ୍ୱର ପ୍ରଧାନ, ଜୟକୃଷ୍ଣ ପରିଡ଼ା, ନିରଞ୍ଜନ ମାଣିକ ପ୍ରମୁଖ ସଭ୍ୟ ପରିଚାଳନା କରିଥିଲେ ।