ଭିନ୍ନକ୍ଷମ ଶିବିର ପାଇଁ ପ୍ରସ୍ତୁତି ବୈଠକ
ାା ପ୍ରଭାନୁ୍ୟଜ୍ ।ା ଜଗତସିଂହପୁର: ଜଗତସିଂହପୁର ବ୍ଲକ ସଭାଗୃହରେ ଆସନ୍ତା ୮ ତାରିଖରେ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୮ ତାରିଖ ଦିନ ଏସ. କେ. ଏକାଡେମୀ ଜଗତସିଂହପୁର ଠାରେ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ କରାଯିବାପାଇଁ ନିଷ୍ପତ୍ତି ନିଆଯାଇଛି ।
ଏହି ବୈଠକରେ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ରୂପ ରେଖା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅଜୟ କୁମାର ବେହେରା ସଭାପତିତ୍ୱ କରିଥିଲେ । ବ୍ଲକ ଉପଅଧ୍ୟକ୍ଷ ରଞ୍ଜିତ ରଞ୍ଜନ ବେହେରା, ମଣ୍ଡଳ ଉନ୍ନୟନ ଅଧିକାରୀ ଆଶୁତୋଷ ମିଶ୍ର, ଶିଶୁ ମଙ୍ଗଳ ଅଧିକାରୀ ସୁକାନ୍ତି ମହାପାତ୍ର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅନୁସୟା ଭୋଇ ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟ ପରିସରରେ କେମିତି ସୂଚାରୁରୂପେ ପରିଚାଳନା କରାଯିବ ସମସ୍ତ ବିଭାଗୀୟ କର୍ମଚାରୀ ମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ଶିବିରକୁ ଆସୁଥିବା ରୋଗୀ କେମିତି ସଠିକ ଭାବେ ନାମ ପଞ୍ଜିକୃତ କରିବେ ଓ ଡାକ୍ତରଙ୍କୁ ଦେଖାଇବେ ସେଥିପ୍ରତି ବିଶେଷ ଦୃଷ୍ଟି ଦେବାପାଇଁ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମିଶ୍ର ଉପସ୍ଥିତ କର୍ମଚାରୀ ମାନଙ୍କୁ ର୍ନିେଶ ଦେଇଥିଲେ । ରୋଗୀ ମାନେ ଶିବିରକୁ ଆସିବା ପୂର୍ବରୁ ଅନଲାଇନିରେ ପଞ୍ଜିକୃତ କରି ଆବଶ୍ୟକୀୟ କାଗଜ ଆଣି ଆସିବାପାଇଁ ସୂଚନା ଦିଆଯାଇଛି । ଶିବିରରେ ପାନୀୟ ଜଳ, ଖାଦ୍ୟପେୟ ସୂଚାରୁରୂପେ ପରିଚାଳନା କରିବାପାଇଁ ଅଧିକାରୀ ର୍ନିେଶ ଦେଇଥିଲେ । ବିଡ଼ିଓ ଶ୍ରୀଯୁକ୍ତ ମିଶ୍ର ସମସ୍ତ କର୍ମଚାରୀ ମାନଙ୍କୁ ୮ତାରିଖ ଦିନ ଭିନ୍ନକ୍ଷମ ଶିବିରକୁ ସକାଳ ୭ଟା ପୂର୍ବରୁ ପହଞ୍ଚିବାପାଇଁ କଡା ନିଦେ୍ର୍ଦଶ ଦେଇଥିଲେ । ଏହି ବୈଠକରେ ବ୍ଲକ ପ୍ରକଳ୍ପ ଅଧିକାରୀ ପ୍ରତାପ ରୁଦ୍ର ପାଣି, ଜଗତସିଂହପୁର ଅତିରିକ୍ତ ଥାନା ଅଧିକାରୀ ତପନ କୁମାର ନାୟକ, ପୌରପାଳିକା ଅଧିକାରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହିମାଂଶୁ ଭୂଷଣ ନାୟକ, ପ୍ରଦୁ୍ୟମ୍ନ କୁମାର ଖୁଣ୍ଟିଆ, ସୁଜିତ କୁମାର ସାହୁ, ଗୀତା ଦାସ, ସତ୍ୟଭାମା ସାହୁ, ଶିବ ପ୍ରସାଦ ନାୟକ, ପ୍ରୀତି ମୟୀ ମହାନ୍ତି, ବନ୍ଦନା ରାଉତ, ଶୁଭସ୍ମିତା ଦାସ, କଳ୍ପନା ନାୟକ, କିରଣ ବାଳା ପରିଡା, ଏମ୍ବିକେ ରଶ୍ମି ରେଖା ସ୍ୱାଇଁ, ଅର୍ପିତା ପ୍ରିୟଦର୍ଶିନୀ ରାଉତ, ସୁଜାତା ମହାନ୍ତିଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ସୂଚାରୁରୂପେ ପରିଚାଳନା କରିବାପାଇଁ ଦାୟିତ୍ୱ ନେଇଥିଲେ ।