ରକ୍ତଦାନ ଶିବିର

ପୁରୀ:ବାଲିସାହି ସ୍ଥିତ ହିଞ୍ଜଳ ଯାଗା କଲ୍ୟାଣ ମଣ୍ଡପରେ ସ୍ୱର୍ଗତ ନାରାୟଣ ସାହୁଙ୍କ ସ୍ମୃତି ଉଦେ୍ଦଶ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କମିଟି ସଭ୍ୟଙ୍କ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ସ୍ୱେଚ୍ଛାକୃତ ଭାବେ ୧୧୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଅନୁଷ୍ଠାନର ସଦସ୍ୟମାନଙ୍କ ଦ୍ୱାରା ଆୟୋଜିତ ଶିବିରରେ ରକ୍ତଦାନ ମହାପୁଣ୍ୟ ବାର୍ତ୍ତା ଦିଆଯାଇଥିବା ବେଳେ, ରକ୍ତ ଅଭାବରୁ କାହାର ମଧ୍ୟ ଜୀବନ ନ ଯାଉ ସେଥିପାଇଁ ସମସ୍ତେ ରକ୍ତଦାନ କରିବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଥିଲା । ନାରାୟଣ ଫାଉଣ୍ଡେସନ ସଭାପତି ଅନୀଲ ସାହୁ ଓ ସଂପାଦକ ସୁନୀଲ ସାହୁ ଓ ହିଞ୍ଜଳ ଜାଗା ସମ୍ପାଦକ ଜିତେନ୍ଦ୍ର ମୁଦୁଲି ଓ ସଭାପତି କୁଳମଣୀ ସାହୁଙ୍କ ଦ୍ୱାରା ରକ୍ତଦାନ କରିଥିବା ସଭ୍ୟମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।