ବିଭିନ୍ନ ସ୍ଥାନରେ ଶିଶୁ ଦିବସ ପାଳିତ

 ନବରଙ୍ଗପୁର: ମେଦ୍ରୀ ସାହି ସ୍ଥିତ ସରସ୍ୱତୀ ଶିଶୁ ଜ୍ଞାନ ମନ୍ଦିରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଗୁରୁଜୀ ରବି ଶଙ୍କର ସାହୁ ଶିଶୁ ଦିବସର ମହତ୍ତ୍ୱ ଓ ପାଳନ ବିଷୟରେ ଶିଶୁଙ୍କୁ ଉଦ୍ବୋଧନ ଦେଇଥିଲେ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସକୁ ଅର୍ଥାତ୍ ୧୪ ନଭେମ୍ବରକୁ ଶିଶୁ ଦିବସ ଭାବରେ ପାଳନ କରାଯାଏ ବୋଲି କହିଥିଲେ । ଶିଶୁମାନଙ୍କ ହୃଦୟ କୋମଳ ଫୁଲ ଭଳି କିନ୍ତୁ ସେହି କୋମଳ ଫୁଲ ମଧ୍ୟରେ ଦେଶପ୍ରେମ, ସାହସ, ଶକ୍ତି ଆମକୁ ଆହରଣ କରିବା ଉଚିତ୍ ବୋଲି ଶିଶୁ ମାନଙ୍କୁ କହିଥିଲେ । ଶିଶୁ ଭବିଷ୍ୟତର ନାଗରିକ ତେଣୁ ବର୍ତ୍ତମାନ ଠାରୁ ଆମେ ଦେଶ, ଜାତି ତଥା ସର୍ବବିଧ ଉନ୍ନତି ପାଇଁ ଚେଷ୍ଟା କରିବାର ଆବଶ୍ୟକତା ରହିଛି ବୋଲି ଶିଶୁ ମାନଙ୍କୁ ପରାମର୍ଶ ଦେଇଥିଲେ ।  ବିଦ୍ୟାଳୟର ଗୁରୁଜୀ ବ୍ରଜ କିଶୋର, ଗୁରୁମା ଚଞ୍ଚଳା, ଜ୍ୟୋତି, ମିନାକ୍ଷୀ, କବିତା, ଶୁମିତା, ସୁନିତା, ଶୁଭଶ୍ରୀ, ଅନୁ, ପ୍ରିୟଙ୍କା, ଉର୍ମିଳା, ଗୀତା କାର୍ଯ୍ୟକ୍ରମରେ ସାହାର୍ଯ୍ୟ ଓ ସହଯୋଗ କରିଥିଲେ । ପରିଶେଷରେ ଶିଶୁ ଭାଇ ଭଉଣୀମାନଙ୍କୁ କଲମ, ପେନସିଲ୍ ଓ ଚକୋଲେଟ ବଣ୍ଟନ କରାଯାଇଥିଲା ।
ଜୟପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜୟପୁର କ୍ଲବ ଡଙ୍ଗର ଚିି‚ି ଗ୍ରାମପଞ୍ଚାୟତ ଆଶ୍ରମ ସ୍କୁଲ ଡଙ୍ଗରଚି‚ିରେ ଶିଶୁଦିବସ ଅବସରରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତୀଥି ଭାବରେ ଯୋଗଦେଇ ଆଶ୍ରମର ଛାତ୍ରଛାତ୍ରୀ ମାନଙ୍କୁ  ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁମନ ଜେନା ଶିଶୁ ଦିବସ ଅବସରେ ଶିଶୁମାନଙ୍କ ଭବିଷ୍ୟତ କାମନା କରି କହିଥିଲେ । ଏହି ଶିବିରରେ ଅନ୍ୟତମ ଅତିଥି ଭାବରେ ଯୋଗଦେଇଥିଲେ ସ୍ପେସିଆଲ୍ ପି.ପି ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ପେସିଆଲ୍ କୋର୍ଟ ପୋକ୍ସ ଡ.ବି ଗାୟତ୍ରୀ ଦେବୀ ଯୋଗଦେଇ କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ଯେ ଏହି ଶିଶୁ ଦିବସ ପାଳନର ଉଦେ୍ଦଶ୍ୟ ଯେ କି ସ୍ୱର୍ଗତ୍ୱ ପ୍ରଧାନମନ୍ତ୍ରୀ ଜବାହାଲାଲ୍ ନେହୁର ଯେ କି ଶିଶୁମାନଙ୍କର ପ୍ରିୟ ଥିଲେ ଏବଂ ସେ ଚାଚା ରୂପେ ପରିଚିତ ଥିଲେ । ତାଙ୍କରି ଜନ୍ମଦିବସକୁ ଶିଶୁଦିବସ ଭାବରେ ପାଳନ କରାଯାଏ । 
ବଲାଙ୍ଗୀର: ପଥରଚେପାସ୍ଥିତ ପାର୍ବତୀ ଗିରି ବାଲନିକେତନ ଶିଶୁ ଯନ୍ତ୍ର ଅନୁଷ୍ଠାନରେ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଦୀପ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗୀରର ସାମାଜିକ କର୍ମୀ ଅରୁଣ କୁମାର ଖୁଆସ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗୀରର ଜିଲ୍ଲା ପରାମର୍ଶ ଦାତା ପ୍ରମୋଦ ବଗର୍ତ୍ତୀ ସମ୍ମାନିତ ଅତିଙ୍କ ଭାବେ ଯୋଗଦେଇ ଥିଲେ । ଅନୁଷ୍ଠାନର ପରିଚାଳ ଆଶିଷ କୁମାର ଖମାରି ମଞ୍ଚ ପରିଚାଳନା କରିଥିଲେ । ଶିଶୁ ଦିବସ ଉପଲକ୍ଷେ ଅନୁଷ୍ଠାନର ଅନ୍ତେବାସୀ ଅନ୍ତେବାସିନୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରି ଅଥିତିଙ୍କୁ ସ୍ୱାଗତ କରଯାଇଥିଲା । ପରେ ପରେ ଶିଶୁଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରଯାଇଥିଲା । ଉକ୍ତ ଉସôବରେ ସଙ୍ଗୀତଗୁରୁ ଦିଲୀପ ସିଂହ ଦେଓ, ଅଜୟ ଅମର ସିଂହ ଦେଓ, ପ୍ରଦୁ୍ୟମ୍ନ ସାହୁ, ବୁଲୁ ହିଆଲ, ଅଲି ପ୍ରଧାନ, ସର୍ଜନ ସାହୁ, ରାଜା ସାହୁ, ଦିବ୍ୟା ସୋନା ଏବଂ ସମଭୂ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।
ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ସେଣ୍ଟ ଜେଭିୟର ପବ୍ଲିକ୍ ସ୍କୁଲ ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟ ନିଦେ୍ର୍ଦଶକ  ପ୍ରବୀଣ ରଞ୍ଜନ ଠାକୁର ମଞ୍ଚାସିନ ଥିଲେ ଏବଂ ବିଦ୍ୟାଳୟର ପ୍ରିନ୍ସିପଲ୍ ମୀନାକ୍ଷୀ ଦଣ୍ଡସେନା ଶିଶୁ ଦିବସ ଓ ଶିଶୁର ପାଠ ସହିତ ବିଭିନ୍ନ କଳାରେ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟରେ ରଙ୍ଗୋଲି, ପୂଜା ଥାଳି ଡେକୋରେସନ, ଫେନ୍ସି ଡ୍ରେସ, ରେମ୍ପ ୱାଲକ ଓ ଅନ୍ୟାନ୍ୟ ପ୍ରତିଯୋଗିତା ହୋଇଥିଲା ।