ବିଭିନ୍ନ ଦାବିରେ ଗଣବିକ୍ଷୋଭ

 ପୁରୀ: ଏଏସ୍ପିକୁ ଆଇନର ଗ୍ୟରେଣ୍ଟି ପ୍ରଦାନ, ଦରଦାମ ନିୟନ୍ତ୍ରଣ ପାଇଁ ରାଷ୍ଟ୍ରାୟତ ବ୍ୟବସାୟ ବାଣିଜ୍ୟ ପ୍ରଚଳନ, ଜଳନିଷ୍କାସନ ପାଇଁ ପାଟନାଳୀଖୋଳି ଚିଲିକା ମୁହାଣରେ ସଂଯୋଗ, ବିଦୁ୍ୟତ୍ବିଲ୍ ୨୦୨୩ ବାତିଲ, ସ୍ମାର୍ଟ ମିଟର ବସାଇବା ବନ୍ଦ, ମୁଲିଆମାନଙ୍କୁ ୬୦୦ ଟଙ୍କା ଦେଅନିକ ମଜୁରୀ, ୫୫ ବର୍ଷରୁ ଉଦ୍ଧ୍ୱର୍ ଚାଷୀ ମୁଲିଆମାନଙ୍କୁ ୫୦୦୦ ଟଙ୍କା ପେନ୍ସନ୍ ପ୍ରଦାନ ଆଦି ଦାବି ନେଇ ଅଲ ଇଣ୍ଡିଆ କିଷାନ ଖେତ ମଜଦୁର ସଂଗଠନ ପକ୍ଷରୁ ଗଣବିକ୍ଷୋଭ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏହି ଗଣବିକ୍ଷୋଭ କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନୁଷ୍ଠିତ ଗଣବିକ୍ଷୋଭ ସମୟରେ ସଂଗଠନ ଜିଲ୍ଲା ସଭାପତି କମ୍ରେଡ ଦୀନବନ୍ଧୁ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଏଆଇ କେକେଏମ୍ଏସ୍ ରାଜ୍ୟ କମିଟି ସଭ୍ୟ କମେଡ୍ ସୁବାସ ବରାଳ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାର ବରିଷ୍ଠ ଚାଷୀ ନେତା କମ୍ରେଡ ବଟକୃଷ୍ଣ ସ୍ୱାଇଁ ଯୋଗଦେଇ ଚାଷୀ ଓ ମୁଲିଆଙ୍କ ବହୁବିଧ ସମସ୍ୟା ସମ୍ପର୍କରେ ଆଲୋକପାତ କରି ଆଗାମୀ ଦିନରେ ବ୍ୟାପକ ଚାଷୀ ଆନେ୍ଦାଳନ ଗଢି ତୋଳିବା ପାଇଁ ଆହ୍ୱାନ ଜଣାଇଥିଲେ । ଏଆଇକେକେଏମ୍ଏସ୍ ଜିଲ୍ଲା କମିଟି ସମ୍ପାଦକ ଶ୍ରୀ ବରାଳଙ୍କ ନେତୃତ୍ୱରେ ଆଡ୍ଭୋକେଟ୍ କମ୍ରେଡ ନିରଞ୍ଜନ ସାମନ୍ତରାୟ, ହାଡିବନ୍ଧୁ ବେହେରା, ଜଗବନ୍ଧୁ ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ୧୧ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ ।