ମଟର ସାଇକେଲ ଧକ୍କାରେ ୩ ଆହତ
ମାଲକାନଗିରି: ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ଏମଭି ୭୯ ଥାନାସ୍ଥ ଏମଭି ୧୨୬ ଘାଟିରେ ଦୁଇଟି ମଟର ସାଇକେଲ ମୁହାଁ ମୁହିଁ ଧକ୍କାରେ ୩ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ ଗତକାଲି ରାତ୍ରିରେ ପାନିମେଟଲା ଗ୍ରାମର ୪ ଜଣ ଯୁବକ ଗଙ୍ଗାପଡିଆମୀ, କାର୍ତ୍ତିକ ପଡିଆମୀ, ଭୀମା ମାଢି, ନୀଳ ମାଢି ଦୁଇଟି ମଟର ସାଇକେଲରେ ଜାତୀୟ ରାଜପଥରେ ଯାଉଥିବା ବେଳେ ଏମଭି ୧୨୬ ଘାଟି ରାସ୍ତାରେ ସମ୍ମୁଖରୁ ଏକ ଗାଡି ଆସିବାରୁ ଗାଡିର ଲାଇଟରେ କିଛି ଦେଖି ନପାରି ଦୁଇଟି ମୋଟର ସାଇକେଲ ନିଜ ନିଜ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଗସ୍ଥ ହୋଇଥିଲେ । ଏହି ଦୁର୍ଘଟଣାରେ ୪ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି । ଘଟଣା ସ୍ଥଳରେ ପୁଲିସ ଓ ସ୍ଥାନୀୟ ଲୋକେ ପହଁଚି ଆମ୍ଭୁଲାନ୍ସ ଯୋଗେ ପ୍ରଥମେ କାଲିମେଳା ହସ୍ପିଟାଲକୁ ନେଇ ଚିକିସôା କରିଥିଲେ, ପରେ ସେଠାରୁ ଆହତମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତରିତ କରାଯାଇଛି ।