ନିବେଶକ ସଚେତନତା କାର୍ଯ୍ୟକ୍ରମ
ସାଲେପୁର: ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏନଏସଡିଏଲ ସହାୟତାରେ ଭାରତୀୟ ପ୍ରତିଭୂମି ଓ ବିନିମୟ ବୋର୍ଡ ପକ୍ଷରୁ ଏକ ନିବେଶକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ଶିକ୍ଷା ବିଭାଗର ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେବି ଅଧିକାରୀ ରଘୁନନ୍ଦନ ପଟ୍ଟନାୟକ ଯୋଗ ଦେଇ ନିବେଶକର ବିଭିନ୍ନ ଦିଗ ସଂପର୍କରେ ଅବଗତ କରାଇବା ସହ ବିଭିନ୍ନ ପ୍ରକାର ସାଇବର ଡକାୟତିରୁ ନିଜକୁ ରକ୍ଷା କରିବା ନିମନ୍ତେ ସଚେତନ କରାଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସଂଗୀତା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶୈକ୍ଷିକ ଅଧିକାରୀ ପ୍ରଫେସର ଜୟନ୍ତୀବାଳା ପରିଜା, ପ୍ରଫେସର ଅସିତ ପରିଜା, ପ୍ରଫେସର ନିରଂଜନ ବିଶ୍ୱାଳ, ପ୍ରଫେସର ପ୍ରଶାନ୍ତ କୁମାର ଜେନାଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ଥିଲେ ।