ଭାଷା, ସାହିତ୍ୟ, ରାଜନୀତି ଓ ସଂସ୍କୃତି କ୍ଷେତ୍ରରେ ବଲାଙ୍ଗିରର ଅବଦାନ ଅତୁଳନୀୟ: ମୁଖ୍ୟମନ୍ତ୍ରୀ
ାା ପ୍ରଭାନୁ୍ୟଜ୍ ।ା ବଲାଙ୍ଗିର : ବଲାଙ୍ଗିର ଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବଲାଙ୍ଗିର ଦିନ୍ କମିଟି ପକ୍ଷରୁ କୋଶଳ କଳା ମଣ୍ଡଳ ପଡିଆରେ ଆୟୋଜିତ ମହୋସôବରେ ଯୋଗଦେଇ କହିଛନ୍ତି ଯେ ବଲାଙ୍ଗିରକୁ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର କହିଲେ ଅତୁ୍ୟକ୍ତି ହେବ ନାହିଁ । ଭାଷା, ସାହିତ୍ୟ, ରାଜନୀତି, ସଂସ୍କୃତି ଆଦି ପ୍ରତି କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲାର ଅବଦାନ ଅତୁଳନୀୟ । ଦଳମତ ନିର୍ବିଶେଷରେ ଏହି ମାଟି ଅନେକ ଆଗଧାଡିର ନେତୃତ୍ୱକୁ ଜନ୍ମ ଦେଇଛି । ଏହି ନେତୃବୃନ୍ଦ ଗଣ ଏ ଅଞ୍ଚଳ ତଥା ରାଜ୍ୟର ବିକାଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୂସୂଚନା ଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା ୧୯୪୯ ମସିହା ନଭେମ୍ବର ପହିଲାରେ ଗଠିତ ହୋଇଥିଲା । ସେଥିପାଇଁ ପ୍ରତିବର୍ଷ ନଭେମ୍ବର ପହିଲାରେ ବଲାଙ୍ଗିର ଦିନ୍ ଉସôବ ପାଳନ କରାଯାଏ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବଲାଙ୍ଗିରର କଳା ଓ ସଂସ୍କୃତି ମହାନ୍ । କିନ୍ତୁ, ଏକ ସମୃଦ୍ଧ ସଂସ୍କୃତିର ପ୍ରଥମ ସର୍ତ୍ତ ହେଉଛି ଏକ ସମୃଦ୍ଧ ସମାଜ । ଗତ ଚାରିମାସ ତଳେ ଆପଣମାନେ ଯେଉଁ ଆଶା ଓ ଭରଷାରେ ଏକ ନୂତନ ସରକାରଙ୍କୁ ନିର୍ବାଚିତ କରିଛନ୍ତି, “ମୁଁ କଥା ଦେଉଛି ଆପଣମାନଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିବି । ଏହି ଦିଗରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଆମ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲୁଅଛି । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ନେତୃତ୍ୱରେ ଓଡିଶା ବିକାଶର ନୂତନ ଶିଖରକୁ ଛୁଇଁବା ଆରମ୍ଭ କରିଛି । ବଲାଙ୍ଗିରରେ ଟ୍ରିପଲ ଇଞ୍ଜିନ ସରକାର ଚାଲିଛି । କେନ୍ଦ୍ର, ରାଜ୍ୟ ସହିତ ଜନପ୍ରତିନିଧି ମଧ୍ୟ ସମାନ ସରକାରର ଅଂଶ ବିଶେଷ । ତେଣୁ ବିକାଶର ରାଜରାସ୍ତାରେ ଟ୍ରିପଲ ସ୍ପିଡରେ ବିକାଶର ଧାରା ଜାରି ରହିବ । ଗୋଟିଏ ଦିନରେ ବଲାଙ୍ଗିର ଜିଲ୍ଲାରେ ୮୯୦ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି ବୋଲି ପ୍ରକାଶ କରି ଆଜି ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ । ମଣ୍ଡଲ ପଡିଆ ବଲାଙ୍ଗୀର ଜିଲ୍ଲାର ଐତିହ, ସଂସ୍କୃତି ଓ ପରମ୍ପରାର ପ୍ରାଣକେନ୍ଦ୍ର ପାଲଟି ଯାଇଛି ବୋଲି ସେ କହିଥିଲେ । ବଲାଙ୍ଗିର ଜିଲ୍ଲାର ପ୍ରାକୃତିକ ଶୋଭା, ପର୍ଯ୍ୟଟନ ସ୍ଥାନ, ପ୍ରସିଦ୍ଧ ମନ୍ଦିର ଇତ୍ୟାଦି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଣୀପୁର-ଝରିଆଲରେ ଥିବା ଇନ୍ଦ୍ରଲାଠ ମନ୍ଦିର ବୋଧହୁଏ ଦେଶର ଏକମାତ୍ର ଇଟାରେ ନିର୍ମିତ ମନ୍ଦିର ଯାହା ପୂର୍ଣାଙ୍ଗ ଭାବେ ଆଜି ଗର୍ବର ସହିତ ଛିଡା ହୋଇଛି । ଗୋଟିଏ ସ୍ଥାନରେ ଶୈବ, ଶାକ୍ୟ, ବୈଷ୍ଣବ ଏବଂ ଶକ୍ତି ଉପାସନାର ଏକ ବିରଳ ଓ ଅଦ୍ଭୁତ ସମ୍ମିଶ୍ରଣ ଦେଖିବାକୁ ମିଳେ ଏଠି । କିନ୍ତୁ, ଏହାର ପର୍ଯ୍ୟଟନ ସ୍ଥଳୀ ଭାବେ ଯେତେ ସୁଯୋଗ ଅଛି, ତାହାକୁ ସଂପୂର୍ଣ୍ଣ ଭାବେ ଉପଯୋଗ କରିବାରେ ପୂର୍ବବର୍ତ୍ତୀ ସରକାରମାନେ ବିଫଳ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଯୋଗଦେଇ ଜିଲ୍ଲାର କଳା ଓ ସଂସ୍କୃତି ଉପରେ ଆଲୋକପାତ କରିବା ସହିତ ନୂଆ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ଶ୍ରୀ ମୁକେଶ ମହାଲିଙ୍ଗ, ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହ ଦେଓ, କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ, ଟିଟିଲାଗÿଡ ବିଧାୟକ ଶ୍ରୀ ନବୀନ ଜୈନ ମହୋଦୟ; ଜିଲ୍ଲାପରିଷଦ ସଭାପତି ଦେବକି ସାହୁ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିଗଣ ଯୋଗଦେଇଥିଲେ ।