ଆସିଲା ଏକଜିଟ୍ ପୋଲ୍ : ଜାଣନ୍ତୁ ମହାରାଷ୍ଟ୍ର ଓ ଝାରଖଣ୍ଡରେ କିଏ ମାରିବେ ବାଜି ?
EXIT POLL

ଭୁବନେଶ୍ୱର : ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ଶେଷ ହୋଇଛି । ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ବୁଥ୍ ବାହୁଡ଼ା ମତ ନେଇ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟ ବି ପ୍ରକାଶ ପାଇଛି । ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ଥିବାବେଳେ ଝାରଖଣ୍ଡରେ ରହିଛି ୮୧ ଆସନ । ଉଭୟ ମହାରାଷ୍ଟ୍ର ଓ ଝାରଖଣ୍ଡ ଇଣ୍ଡି ମେଣ୍ଟ ଓ ଏନଡ଼ିଏ ମେଣ୍ଟ ପାଇଁ ସମ୍ମାନର ପ୍ରଶ୍ନ । ଗତ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ରରେ ଏନଡ଼ିଏ ଜିତିଥିଲେବି ପରେ ଶିବସେନା କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଢ଼ିଥିଲା । କିନ୍ତୁ ଅମିତ ଶାହାଙ୍କ ଗୋଟି ଚାଳନାରେ ଶିବସେନା ଓ ଏନସିପି ଭାଙ୍ଗିଯିବା ସହ ନୂଆ ରାଜନୀତିକ ମେଣ୍ଟ ସୃଷ୍ଟି ହୋଇଥିଲା । ସେହିପରି ଝାରଖଣ୍ଡରେ ହେମନ୍ତ ସୋରେନଙ୍କ ସରକାର ଥିବାବେଳେ ବିଜେପି ସରକାରକୁ ଫେରିବା ପାଇଁ ଜୋରଦାର ଉଦ୍ୟମ କରିଥିଲା । ହେମନ୍ତଙ୍କୁ ଦୁର୍ନୀତି ଅଭିଯୋଗରେ ଜେଲ୍ ଯିବାକୁ ମଧ୍ୟ ପଡ଼ିଥିଲା ।