ବାଘୁଆ ପାହାଡ଼ କଳାପଥର ଲୁଟିଥିବା ବାହାର ରାଜ୍ୟର ଦୁଇ କମ୍ପାନୀକୁ ଅନୁକମ୍ପା କାହିଁକି?

ବାଘୁଆ ପାହାଡ଼ କଳାପଥର ଲୁଟିଥିବା ବାହାର ରାଜ୍ୟର ଦୁଇ କମ୍ପାନୀକୁ ଅନୁକମ୍ପା କାହିଁକି?

କବାଟବନ୍ଧ: ଧର୍ମଶାଳା ତହସିଲ ଅନ୍ତର୍ଗତ ଅଞ୍ଜିରା ମୌଳା ବାଘୁଆ ପାହାଡର ୪ ଓ ୭ ନମ୍ବର କଳାପଥର ଖଣିରୁ ବହୁକୋଟି ଟଙ୍କାର କଳାପଥର ଲୁଟିଥିବା ବାହାର ରାଜ୍ୟର ଦୁଇ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା କାହିଁକି ?  ଏଭଳି ପ୍ରଶ୍ନ ସାଧାରଣରେ ଉଙ୍କି ମାରିଥିବା ବେଳେ ଖଣି ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଞ୍ଜିରା ମୌଳାର ବିଏସକୁ୍ୟ ଖାତା ନମ୍ବର ୧୭୨୯, ପ୍ଲଟ ୬୭୩ ଓ ୧୩୪୩,୬ ଏକର ପରିମିତ ୪ ନମ୍ବର ଖଣିକୁ ଡିତିବିଏଲ ନାମକ ବାହାରରାଜ୍ୟର କମ୍ପାନୀକୁ ଅସ୍ଥାୟୀ ପରମିଟ ଦେଇ ତା ୫ା୪୨୦୨୪ ଠାରୁ ତା୫ ।୭୨୦୨୪ ମଧ୍ୟରେ ୩୦ ହଜାର ଘନମିଟର ପଥର ଉତ୍ତୋଳନ ପାଇଁ ଅନୁମତି ଦେଇଥିଲା । ସେହିପରି ଉକ୍ତ ମୌଜାର ସାଢେ ୭ ଏକର ପରିମିତ ୭ ନମ୍ବର ଖଣିକୁ ହାଇଦ୍ରାବାଦର ପିଏସ୍କେ ଇନଫ୍ରାଷ୍ଟକଟର ପ୍ରୋଜେକ୍ଟ ପ୍ରା ଲିମିଟେଡ ନାମକ କମ୍ପାନୀକୁ ଅସ୍ଥାୟୀ ପରମିଟ ଦେଇ ୨୭ମାର୍ଚ୍ଚ ୨୦୨୪ ଠାରୁ ୨୭ ଜୁନ ୨୦୨୪ ମଧ୍ୟରେ ୩୦ ହଜାର ଘନମିଟର ପଥର ଉତ୍ତୋଳନ ପାଇଁ ଅନୁମତି ମିଳିଥିଲା । 
ଏବାବଦରେ ସପୃକ୍ତ ଦୁଇ କମ୍ପାନୀ ଖଣି ଅଧିକାରୀଙ୍କ ତହବିଲରେ ମାତ୍ର ୩ କୋଟି ଟଙ୍କା ଜମାକରି ଦୁଇ ଖଣିରୁ କୋଟି କୋଟି ଟଙ୍କାର କଳାପଥର ଲୁଟ କରିଥିବା ଅଭିଯୋଗ ହୋଇଥିଲା । ଏହି ଖଣି ଲୁଟର ଆକଳନ ଯଥା, ରାଜସ୍ୱ, ଖଣି ବା ଜଙ୍ଗଲ ଅଧୁନରେ ରହିଛି ତାହା ସ୍ପଷ୍ଟ ନହୋଇ ଜିଲାଲଘୁ ଖଣି ବିଭାଗ ଏହା କିପରି ଅସ୍ଥାୟୀ ପରମିଟ ପ୍ରଦାନ କରିଥିଲେ ତାହା ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହି ଖଣିରୁ କୋଟି କୋଟି ଟଙ୍କାର କଳା ପଥର ଲୁଟ କରିଥିବା ଜଣାପଡ଼ିଛି । ଅସ୍ଥାୟୀ ପରମିଟ ପାଇବା ପରେ ଡିଡିବିଏଲ କମ୍ପାନୀ ଧର୍ମଶାଳା ତହସିଲର ସୁକୁଟିଝର ମୌଜାରେ ଓ ପିଏସକେ କମ୍ପାନୀ ଅଞ୍ଜିରା ମୌଜାରେ ଦୁଇଟି ମେଗା କ୍ରସର ସ୍ଥାପନା କରି ଏହି ଖଣିରୁ ବିପୁଳ ପଥର ଲୁଟ କରିନେଇଥିବା ଅଭିଯୋଗ ହୋଇଛି । ତେବେ ଅଞ୍ଜିରା ମୌଜାର ଏହି ପାହାଡ ଓ ୩ ମାସିଆ ଅସ୍ଥାୟୀ ପରମିଟ ପ୍ରଦାନ କରାଯାଇଥିବା ନେଇ ଦୁଇ କମ୍ପାନୀ ଯେଉଁ ଖଣିରୁ ପଥର ଉତୋଳନ କରିଥିଲେ ସେହି ଖଣି ଅଞ୍ଚଳ ଜଙ୍ଗଲ ବିଭାଗ ଅଧୀନ ବୋଲି ଜଣାପଡିବା ପରେ ସବୁ ମହଲରେ ଆଲୋଡନ ସୃଷ୍ଟି ହୋଇଥିଲା ।  ଏହି ଖଣିର ଅବସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ ନକରି ଜିଲା ଲଘୁ ଖଣି ଅଧିକାରୀ ସଂଯୁକ୍ତ ଖଣି ଦୁଇଟି କେଉଁ ବିଭାଗର ନେଇ ଏବେ ପ୍ରଶାସନିକ ସ୍ତରରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛିଛି । ହେଲେ ବାହାର ରାଜ୍ୟର ଦୁଇ କମ୍ପାନୀ ଦ୍ୱାରା ସମ୍ପୂର୍ଣ ବେଆଇନ ଭାବେ ଏଠାରେ ଏତେ କୋଟି ଟଙ୍କାର ଖଣି ଲୁଟ ହୋଇଥିଲେ ମଧ୍ୟ ତାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଘଟଣା ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି କରିଛି । ସପୃକ୍ତ ଦୁଇ କମ୍ପାନୀ ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତାହା ଦେଖିବାର ଅଛି ।